ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ: ତ୍ରିପୁରାରେ ସର୍ବାଧିକ ୮୧.୮ ପ୍ରତିଶତ ଭୋଟ୍, ଓଡ଼ିଶାରେ ୬୮%
କୋଡ଼ିଏଟି ରାଜ୍ୟ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ୯୧ଟି ଲୋକସଭା ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ଏ ଭିତରୁ ଓଡ଼ିଶାରେ ୪ଟି ଲୋକସଭା ମଣ୍ଡଳୀରେ ଉପଯୁକ୍ତ ପ୍ରତିନିଧିଙ୍କ ପାଇଁ ଭୋଟ୍ ଦେଇଛନ୍ତି ସାଧାରଣ ଜନତା। ଏହି ଭୋଟିଂ ପ୍ରକ୍ରିୟାରେ ତ୍ରିପୁରାର ଲୋକେ ସର୍ବାଧିକ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି। ଏଠଶରେ ମତଦାନ ଦେଇଥିବା ଲୋକଙ୍କ ସଂଖ୍ୟଶ ୮୧.୮ ପ୍ରତିଶତ ବୋଲି ଉପ ନିର୍ବାଚନ ଆୟୁକ୍ତ ଉମେଶ ସିହ୍ନା ଗଣମାଧ୍ୟମକୁ କହିଛନ୍ତି।
ସେହିପରି ସବୁଠାରୁ ନିମ୍ନ ଧରଣର ଅଂଶଗ୍ରହଣ ଜମ୍ମୁ କଶ୍ମୀରର ବାରାମୁଲା ଆସନରେ ପରିଲକ୍ଷିତ ହୋଇଛି। ଏଠାରେ ମତଦାନ ହାର ରହିଛି ୩୨.୨୯ ପ୍ରତିଶତ। ସେହିପରି ଏହି ରାଜ୍ୟର ଜମ୍ମୁ ନିର୍ବାଚନ ମଣ୍ଡଳୀ ପାଇଁ ୬୭.୩୯ ପ୍ରତିଷତ ଭୋଟର ଭୋଟ୍ ଦେଇଥିବା କମିଶନଙ୍କ ପକ୍ଷରୁ କୁହାଯାଇଛି।
ଓଡ଼ିଶାରେ ସର୍ବାଧିକ ୬୮ ପ୍ରତିଶତ ଭୋଟ୍ ଦାନ
ଆନ୍ଧ୍ରପ୍ରଦେଶରେ ମତଦାନ ହାରା ୬୬ ପ୍ରତିଶତ ଥିବାେବେଳେ ତେଲେଙ୍ଗାନାରେ ୬୦.୬, ସିକ୍କିମ୍ରେ ୬୯, ମିଜୋରାମରେ ୬୦, ମଣିପୁରରେ ୭୮.୨, ଆସାମରେ ୬୮ ଏବଂ ପଶ୍ଚିମ ବଙ୍ଗରେ ୮୧ ପ୍ରତିଶତ ଭୋଟ୍ ଦେଇଛନ୍ତି। ବିହାରରେ ୫୦ ପ୍ରତିଶତ ମତଦାନ ହୋଇପାରିଥିବାବେଳେ ଉତ୍ତର ପ୍ରଦେଶର ୮ ଆସନ ପାଇଁ ୬୩.୭୯ ପ୍ରତିଶତ, ମହାରାଷ୍ଟ୍ରରେ ୫୬ ପ୍ରତିଶତ ଆଣ୍ଡାମାନ ନିକୋବରରେ ୫୬%, ଏବଂ ଲକ୍ଷାଦ୍ଵୀପରେ ୬୬ ପ୍ରତିଷତ ଭୋଟ୍ ଗଅହଣ କରାଯାଇଛି।
ଓଡ଼ିଶାର ୪ ଲୋକସଭା ଏବଂ ୨୮ ବିଧରନସଭା ଆସନ ପାଇଁ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୬ ଜଣ ସାଂସଦ ଏବଂ ୨୯୧ ଜଣ ବିଧାୟକ ଆଶାୟୀ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ। ସମୁଦାୟ ୪୭ହଜାର ୭୨୩୩ଟି ବୁଥ୍ ତଆରି କରାଯାଇଥିଲା।
୧୫ ବୁଥରେ ଭୋଟ୍କୁ ବୟକଟ୍
ଲାଲ୍ ବାହିନୀ ଡାକରାରେ ଚିତ୍ରକୋଣ୍ଡାର ୧୫ ବୁଥରେ ଆଜି କୌଣସି ନାଗରିକ ଭୋଟ୍ ଦେଇପାରି ନାହାନ୍ତି। ଏହା ବାଦ୍ଲ ମାକାନଗିରି, କୋରାପୁଟ ଜିଲ୍ଲାର କିଛି ବୁଥ୍ ରେ ଇଭିଏମ୍ ରେ ବିଭ୍ରାଟ ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା । ମାଲକାନଗିରି ଏମଭି ୧୪ ଗ୍ରାମର ୯୦ ନଂ ବୁଥ୍ ରେ ଇଭିଏମ୍ ମେସିନ ଗଡ଼ବଡ଼ ହୋଇଥିଲା । ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାହା ଅନ୍ୟ ପ୍ରାର୍ଥୀଙ୍କ ଚିହ୍ନକୁ ପଳଉଥିଲା । ଇଭିଏମ୍ ରେ ଏହି ଅନିୟମିତତା ବିରୋଧରେ ଗ୍ରାମବାସୀମାନେ ଟାୟାର ଜାଳି ପ୍ରତିରୋଧ କରିଥିଲେ । ପରେ ଦୁଇଟି ମେସିନ୍ ବଦଳା ଯାଇ ଭୋଟ ଗ୍ରହଣ ହୋଇଥିଲା । ଜିଲ୍ଲାର ୩୦ଟି ବୁଥ୍ ରେ ଇଭିଏମ୍ ମେସିନ୍ ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ମତଦାନ ବିଳମ୍ବ ହୋଇଥିଲା । ଗୁଣୁପୁର ପଦ୍ମପୁର, ଉମରକୋଟ ଏବଂ ରାଇଘର ବ୍ଲକ୍ ର ଗୋଟିଏ ଦୁଇଟି ବୁଥ୍ ରେ ଇଭିଏମ୍ ଅଚଳ ହୋଇଯିବାରୁ ମତଦାନରେ ବିଳମ୍ବ ହୋଇଥିଲା । ବ୍ରହ୍ମପୁର ଓ ଜୟପୁରର କିଛି ବୁଥ୍ ରେ ମଧ୍ୟ ଇଭିଏମ୍ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା ।