ତୃତୀୟ ପର୍ଯ୍ୟାୟ ଭୋଟ୍-ଦେଶରେ ୬୬, ରାଜ୍ୟରେ ୬୪% ପୋଲିଂ
ଦେଶର ୧୧୭ ଲୋକସଭା ମଣ୍ଡଳୀ ପାଇଁ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ସମୁଦାୟ ୬୬ ପ୍ରତିଶତ ପୋଲିଂ ହୋଇଛି। ଅର୍ଥାତ୍ ପାଖାପାଖି ୬ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିନାହାନ୍ତି। ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ୬୪ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାରେ କୁହାଯାଇଛି। ଏହି ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ଆସିପାରେ।
ସମୁଦାୟ ୧୮ ଲକ୍ଷ ଭୋଟର ଆଜି ମତଦାନ କରିବାର ଥିଲା। ଏମାନଙ୍କ ଭୋଟ୍ ଆଶାରେ ୧୬୪୦ ଜଣ ପ୍ରାଥ;ୀ ନିଜର ନାମାଙ୍କନ ଦାଖଲ କରିଥିଲେ। ସମୁଦାୟ ଆସନ ସଂଖ୍ୟା ଥିଲା ୧୧୭। ଏଥିରେ ଓଡ଼ିଶାର ୬ ଷଲାକସଭା ନିର୍ବାଚନ ମଣ୍ଡଳୀ ଥିଲା। ଯେହେତୁ ଏଠାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ଆସୁଛି ସେହିକ୍ରମରେ ରାଜ୍ୟରେ ଆମ ରାଜ୍ୟର ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା।
ସମ୍ବାଦ ସରବରାହ ସଂସ୍ଥା ୟୁଏନ୍ଆଇର ରିପୋର୍ଟ ଅନୁସାରେ ଜମ୍ମୁ କଶ୍ମୀର ରାଜ୍ୟର ଅନନ୍ତ ନାଗରେ ସବୁଠାରୁ କମ୍ ମତଦାନ ହୋଇଛି। ୧୨.୮୬ ପ୍ରତିଶତ ଭୋଟର ଏଠାରେ ଭୋଟ୍ ଦେଇଥିବା ସୂଚନା ଦିଆଯାଇଛି। ଏହା ଦେଶର ଏକମାତ୍ର ନିବ;ାଚନ ମଣ୍ଡଳୀ ଯେଉଁଠାରେ ତିନୋଟି ପର୍ଯ୍ୟାୟରେ ମତ ସଂଗ୍ରହ କରାଯିବା ବ୍ୟବସ୍ଥା ହୋଇଛି। ଆଜିର ମତଦାନ ପ୍ରଥମ ମତଦାନ ଥିଲା।
ସବୁଠାରୁ ଅଧିକ ମତଦାନ ହୋଇଛg ତ୍ରିପୁରାରେ। ଦ୍ଵିତୀୟ ଆସନ ପାଇଁ ଆଜି ମତ ସଂଗ୍ରହ କରାଯାଇଥିଲା। ଏଥିରେ ୭୯ ପ୍ରତିଶତ ଭୋଟିଂ ହୋଇଥିବା କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସମୁଦାୟ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଭୋଟ୍ ସଂଗ୍ରହ କରାଯାଇଥିଲା। ଗୋଆରେ ସମୁଦାୟ ଭୋଟିଂ ୭୦.୧୯ ପ୍ରତିଶତ ଥିବାବେଳେ ଛତିଶଗଡ଼ରେ ୬୪.୦୩, କେରଳରେ ୭୩.୦୬, କଣ୍ଣାକରେ ୬୦.୪୨, ଗୁଜରାଟରେ ୫୯, ଉତ୍ତର ପ୍ରଦେଶରେ ୬୦.୫୨, ମହାରାଷ୍ଟ୍ରରେ ୬୨, ଆସାମରେ ୭୯.୧୬, ବିହାରରେ ୫୯.୫୭, ଦାଦ୍ରା ଓ ନଗର ହାବେଳୀରେ ୭୧.୪୩ ଏବଂ ସାମନ ଡିୟୁରେ ସମୁଦାୟ ୭୩ ପ୍ରତିଶତ ଭୋଟିଂ ହୋଇଥିବା ନେଇ ସୂଚନା ଦିଆଯାଇଛି।