‘ୟେସ୍’ରେ ରହିଛି ଓଏମ୍ସି ଟଙ୍କା
ଭୁବନେଶ୍ୱର (ଓଟି): ଅଧିକ ସୁଧ ଆଶାରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ରଖାଯାଇଥିବା ରାଜ୍ୟ ଅର୍ଥମନ୍ତ୍ରୀ କହୁଥିବାବେଳେ ଟଙ୍କା ଫେରିପାଇବା ନେଇ ଅନିଶ୍ଚିତତା ଲାଗିରହିଛି। ଫଳରେ ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଉଛି। ଏପରିକି ବିବାଦରେ ଫସିଛନ୍ତି ସରକାର। ଏଭଳି ସ୍ଥିତିରେ ଆଉ ଏକ ତଥ୍ୟ ହଇଚଇ ସୃଷ୍ଟି କରିଛି। ସେହି ୟେସ୍ ବ୍ୟାଙ୍କରେ ଓଏମ୍ସିର ଟଙ୍କା ଜମାକୁ ନେଇ ଗୃହରେ ଅଭିଯୋଗ ଉଠିଛି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହି ଅଭିଯୋଗ ଉଠାଇଛନ୍ତି।
ଶ୍ରୀ ସେଠୀ କହିଛନ୍ତି ଯେ, ଓଡ଼ିଶା ମାଇନିଂ କର୍ପୋରେସନ୍ ୟେସ୍ ବ୍ୟାଙ୍କରେ ୬୫୦ କୋଟି ଜମା ରଖିଛି। ଗତ ବର୍ଷ ଏପ୍ରିଲରେ ଓଏମ୍ସି ପକ୍ଷରୁ ଟଙ୍କା ଜମା କରାଯାଇଥିବା ନେଇ ସୂଚନା ମିଳିଥିବା ସେ କହିଛନ୍ତି। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିବା ପରେ ଏସବୁ ଟଙ୍କା ଫେରି ପାଇବା ନେଇ ଅନିଶ୍ଚିତତା ଲାଗି ରହିଛି।