୬୪୪ ଆତଙ୍କବାଦୀଙ୍କ ସଶସ୍ତ୍ର ଆତ୍ମସମର୍ପଣ

ଗୌହାଟି(ଓଟି): ଜଣେ କି ଦୁଇଜଣ ନୁହେଁ, ହିଂସା ପରିହର କରି ୬୪୪ଜଣ ଆତ୍ମସମର୍ପଣ କରିଛନ୍ତି। ଏଭଳି ଉଲ୍ଲେଖନୀୟ ଘଟଣା ଘଟିଛି ଆସାମରେ। ୮ଟି ବେଆଇନ ଘୋଷିତ ସଙ୍ଗଠନର ୬୪୪ ଜଣ ଆତଙ୍କବାଦୀ ଆଜି କେବଳ ଆତ୍ମସମର୍ପଣ କରିନାହାନ୍ତି ବରଂ ୧୭୭ଟି ଅସ୍ତ୍ରଶସ୍ତ୍ର ସରକାରଙ୍କ ନିକଟରେ ଦେଇଛନ୍ତି। ଆସାମ ପୁଲିସ ସୂଚନା ଅନୁସାରେ ସମ୍ପୃକ୍ତ ଆତଙ୍କବାଦୀମାନେ ‘ୟୁଏଲ୍‌ଏଫ୍‌ଏ (୧), ‘ଏନ୍‌ଡିଏଫ୍‌ବି’, ‘ଆର୍‌ଏନ୍‌ଏଲ୍‌ଏଫ୍‌’, ‘କେଏଲ୍‌ଓ’, ‘ସିପିଆ(ମାଓବାଦୀ)’, ‘ଏନ୍‌ଏସ୍‌ଏଲ୍‌ଏ’, ‘ଏଡିଏଫ୍‌’ ଏବଂ ‘ଏନ୍‌ଏଲ୍‌ଏଫ୍‌ବି’ର ସଦସ୍ୟ ଥିଲେ। ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍‌ଙ୍କ ଉପସ୍ଥିତିରେ ସମ୍ପୃକ୍ତ ୬୪୪ ଜଣ ଆତ୍ମସମର୍ପଣ କରିଥିବାବଳେ ରାଜ୍ୟ ପାଇଁ ଆଜି ଦିନଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଡିଜିପି ଭାସ୍କରଜ୍ୟୋତି ମହାନ୍ତି କହିଛନ୍ତି। ଏଥିସହ ଏହା ଅନ୍ୟତମ ସର୍ବବୃହତ୍‌ ଆତ୍ମସମର୍ପଣ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *