ରାଜ୍ୟରେ ୬୧ ପ୍ରତିଶତ ମତଦାନ, ୨ ବୁଥରେ ମତଦାନ ସ୍ଥଗିତ
ଭୁବନେଶ୍ଵର, (ଓଟି): ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରାଜ୍ୟରେ ମାତ୍ର ୬୧ ପ୍ରତିଶତ ମତଦାନ ହୋଇଛି । ପୁଣି ଭୁବନେଶ୍ଵର ଲୋକସଭା ମଣ୍ଡଳୀରେ ମତଦାନ ହାର ମାତ୍ର ୫୦.୪୬% ରହିଛି। ସୂଚନା ଅନୁସାରେ ଭୁବନେଶ୍ଵର ଉତ୍ତର ନିବ;ାଚନ ମଣ୍ଡଳୀରେ ସବୁଠାରୁ କମ୍ ୩୭.୩୬% ଏବଂ ମଧ୍ୟରେ ୩୮.୨୯ ପ୍ରତିଶତ ମତଦାନ ହୋଇଛି।
ନିର୍ବାଚନ ପରିଚାଳନାରେ ମନୁଷ୍ୟଜନିତ ତ୍ରୁଟି ହେତୁ ୨ଟି ବୁଥରେ ସାନି ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ସୁପାରିସି କରିବେ ବୋଲି ସୂଚନା ଦେଇଛନ୍ତି। ଏହି ଦୁଇ ବୁଥ ହେଲା ଦେବଗଡ଼ ଏବଂ ବଡ଼ମ୍ବା ଅନ୍ତର୍ଗତ।
ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ଯେଉଁ ବୁଥଗୁଡ଼ିକରେ ସାନି ମତଦାନ ପାଇଁ ସୁପାରିସି ହୋଇଥିଲା ସେଗୁଡ଼ିକରେ ଆସନ୍ତା ୨୫ ତାରିଖରେ ପୁଲିଂ ହେବ। ଏହି ବୁଥ୍ଗୁଡ଼ିକର ସମୁଦାୟ ସଂଖ୍ୟା ହେଉଛି ୯। ସେଗୁଡ଼ିକ ଭିତରୁ ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରେ ଦୁଇଟି ଲେଖାଏଁ ବୁଥ ଥିବା ବେଳେ ବରଗଡ଼ରେ ୪ଟି ଓ ଆସ୍କାରେ ୧ଟି ବୁଥ ରହିଥିବା କମିଶନ ସୂଚନା ଦେଇଛନ୍ତି।