ବୟସ ଆଗରେ ହାର୍ ମାନିଲା ଲକ୍ଡାଉନ୍: ୨୧୨୮ କିଲୋମିଟର ଦୂରରୁ ସାଇକେଲ୍ରେ ଫେରିଲେ କେନ୍ଦ୍ରାପଡ଼ାର କ୍ଷୀରୋଦ ୬୦ ବର୍ଷୀୟ
କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା) :କରୋନା ଲକଡାଉନ ଯୋଗୁ ଗୁଜୁରାଟର ସୁରତରେ କାମ ଧନ୍ଦା ହରାଇ ବ୍ୟତିବ୍ୟସ୍ତ ହୋଇ ସାଇକେଲରେ ଦୀର୍ଘ ୨୧୨୮ କିଲୋମିଟର ରାସ୍ତା ଅତିକ୍ରମ କରି ଗତ ୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସି ପହଂଚିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ମହାକଳପଡ଼ାର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ।
ଲକଡାଉନ ଯୋଗୁ ସମଗ୍ର ଦେଶରେ ଲୋକମାନେ କାମଧନ୍ଦା ହରାଇବା ସହ ଖାଇବା ପିଇବାକୁ ନପାଇ ଘରମୁହାଁ ହୋଇଛନ୍ତି । କିଏ ଚାଲି ଚାଲି ଶହ ଶହ କିଲୋମିଟର ବାଟ ଅତିକ୍ରମ କରି ଘରେ ପହଂଚିବାକୁ ଚେଷ୍ଟା କରୁଛି ତ କିଏ ହଜାର ହଜାର ଟଙ୍କା ଖର୍ଚ୍ଚ କରି ବୋଟ ଭଡ଼ା କରି ବା କିଣି ସମୁଦ୍ର ଲଂଘନ କରି ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି । ସେହିପରି କେହି କେହି ସାଇକେଲ ଯୋଗେ ବାଙ୍ଗାଲୋର, ଚେନାଇ ବା ହାଇଦ୍ରାବାଦରୁ ଓଡ଼ିଶା ଫେରୁଥିବା ଦେଖାଯାଉଛି । ଯେଉଁମାନେ ସାଇକେକଲ ଯୋଗେ ଘରକୁ ଫେରୁଛନ୍ତି ସେମାନେ ପ୍ରାୟ ସମସ୍ତେ ଯୁବକ । କିନ୍ତୁ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଦେଦଶର ପଶ୍ଚିମ ପ୍ରାନ୍ତ ସୁଦୂର ସୁରତରୁ ବାହାରି ୧୪ ଦିନ କାଳ ସାଇକେଲ ଚଲାଇ ଆସି ଦେଶର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲ୍ଲାର ମହାକଳପଡ଼ାରେ ପହଂଚିବା ସମସ୍ତଙ୍କୁ ଆଶ୍ଚିର୍ଯ୍ୟଚକିତ କରିଛି ।
ଜୀବନ ମରଣର ଦୋଛକିରେ ପଡ଼ିଥିବା ମଣିଷଟିଏ ସାହସ ଜୁୁଟାଇ ସବୁକିଛି କରିବାକୁ ପ୍ରସ୍ତୁତ ହୋଇପଡ଼ୁଥିବା ଏହି ଘଟଣାଟି ପ୍ରମାଣ କରୁଛି । ଏହି ସମୟରେ ବୟସ, ଶାରିରୀକ ଶକ୍ତି ବା ଟଙ୍କାପଇସା ସବୁ ହାର ମାନିଯାଏ । କେନ୍ଦ୍ରାପଡ଼ା ଜିଲ୍ଲାର ମହାକଳପଡ଼ା ବ୍ଲକ ଅନ୍ତର୍ଗତ ବଡ଼କୂଳ ଗ୍ରାମରେ କ୍ଷୀରୋଦ ରାଉତଙ୍କ ଘର । ଦୀର୍ଘ ବର୍ଷ ହେଲା ସେ ସୁରତରେ ରହିସେଠାକାର ସୂତା କଳରେ କାମ କରି ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ କରୋନା ଭୂତାଣୁ ସମଗ୍ର ଦେଶରେ ବ୍ୟାପିବା ଯୋଗୁ ହଠାତ ଲକକଡାଉନ ହୋଇଗଲା ସାରେ ଦେଶ । ସବୁଆଡ଼େ ଯାତାୟତ ବନ୍ଦ ହୋଇଗଲା । କଳ କକାରଖାନା ଠପ ହୋଇଗଲା । ଏହିକ୍ରମମରେ ସୁରତର ଶହ ଶହ ସୂତା କଳ ବନ୍ଦ ହୋଇଯିବା ଯୋଗୁ ହଜାର ହଜାର ଶ୍ରମିକଙ୍କ ପରି କ୍ଷୀରୋଦ ରାଉତ ରୋଜଗାର ହରାଇଲେ । ଭଡ଼ାଘରେ ବସି ରହି ନିଜ ସଂଚିତ ଅର୍ଥରେ ଖାଇ ପିଇ କିଛି ଦିନ ଚଳିିଲେ ।
ଏ ପରିସ୍ଥିତିରେ ସେଠାକାର ସୂତାକଳ ମାଲିକମାନେ କର୍ମଚାରୀଙ୍କ ମୁହଁକୁ ଅନାଇବା ତ ଦୂରର କଥା ଯେଉଁ ଶ୍ରମିକଙ୍କ ଶ୍ରମ ଯୋଗୁ ସୂତା କଳର ମାଲିକମାନେ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କା ରୋଜଜଗାର କରୁଥିଲେ ସେମାନେ ଏ ବିପତି ବେଳେ ଶମିକଙ୍କୁ ଟଙ୍କାଟିଏ ଦେଲେ ନାହିଁ କି ତାଙ୍କ ଜୀବନ ବଂଚିବା ପାଇଁ ସର୍ବନିମ୍ନ ଖାଇବା ଟିକେ ବନ୍ଦୋବସ୍ତ କଲେ ନାହିଁ । ସେଠାକାର ସରକାର ଶ୍ରମିକଙ୍କ ଖାଇବା ପିଇବାର ବ୍ୟବସ୍ଥା କରିବାକୁ କହିଲେ ମଧ୍ୟ କିଛି କଲେ ନାହିଁ ଏହିପରି ଅବସ୍ଥାରେ କ୍ଷୀରୋଦଙ୍କର ସଂଚିତ ଅର୍ଥ ସରିବାକୁ ବସିଲା ଓ ପାଖ ପଡ଼ିଶା ଘରେ କରୋନା ସଂକ୍ରମିତ ଚିହ୍ନଟ ହେବାକୁ ଲାଗିଲେ । ଏ ଅସମୟରେ ସୁରତରେ ଉପାସ ଭୋକରେ ବା କରୋନା ସଂକ୍ରମଣରେ ମରିବା ଅପେକ୍ଷା କୌଣସି ଉପାୟରେ ନିଜ ଘରକୁ ଫେରିଯିବାକୁ ଉଚିତ ମନେକରି ମନରେ ସାହାସ ଜୁଟାଇ କ୍ଷୀରୋଦ ନଜି ସୂତା କଳକୁ ଯାଆ ଆସ କରୁଥିବା ନିଜର ଥିବା ଏକ ଦଦରା ସାଇକେଲ ଧରି ଗତ ଏପ୍ରିଲ ୧୪ ତାରିଖରେ ବାହାରି ପଡ଼ିଲେ ମହାକଳପଡ଼ା ଅଭିମୁଖେ । ହେଲେ କିଛି ସମୟ ସାଇକେଲ ଚଲାଇବା ପରେ ସେ ପଡ଼ିଗଲେ ଗୁଜୁରାଟ ପୁଲିସ ହାବୁଡ଼ରେ । ପୁଲିସ ତାଙ୍କୁ ଧରି ନେଇ ସ୍ଥାନୀୟ ଏକ ସଙ୍ଗରୋଧ ଗୃହରେ ୧୪ ଦିନ ପାଇଁ ରଖିବା ପରେ ଏପ୍ରିଲ ୨୮ ତାରିଖରେ ସେ ସଙ୍ଗରୋଧ ଗୃହରୁ ବାହାରିବା ପରେ ପୁନର୍ବାର ସାହାସ ଜୁଟାଇ ସାଇକେଲ ଯାତ୍ରା ଆରମ୍ଭ କରିଦେଲେ । ଦୀର୍ଘ ୧୦ ଦିନଦ ଧରି ନିରବିଚ୍ଛିନ୍ନ ଭାବେ କ୍ଷୀରୋଦ ସାଇକେଲ ଚଲାଇବା ପରେ ଗତ ୭ ତାରିଖରେ ସେନିଜ ଗଁ ବଡ଼କୂଳରେ ପହଂଚିଲେ । ହେଲେ ଗାଁ ଲୋକେ ତାଙ୍କୁ ଗାଁରେ ଦେଖି ଛାନିଆ ହୋଇଯାଇଥିଲେ ।
କାଳେ କ୍ଷୀରୋଦ ସୁୁରତରୁ କରୋନା ସଂକ୍ରମିତ ହୋଇଆସିଥିବେ ଏ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ସ୍ଥାନୀୟ ପ୍ରଶାସନୀକ ଅଧିକାରୀଙ୍କୁ ଖବର ଦେବାରୁ ମହାକଳପଡ଼ା ବ୍ଲକ ବିଡିଓ ଓ ମହାକଳାପଡ଼ା ପୁଲିସ କ୍ଷୀରୋଦଙ୍କ ଘରେ ପହଂଚି ସମସ୍ଥ କଥା ପଚାରି ବୁଝିବା ପରେ ତାଙ୍କୁ ନେଇ ନିକଟସ୍ଥ ଆଶ୍ରମବାଲିକୁଦା ଠାରେ ଥିବା ସଙ୍ଗରୋଧ ଗୃହରେ ରଖିଛନ୍ତି ।