୬ ବିମାନବନ୍ଦର ହେବ ଘରୋଇକରଣ, ୩ ଗଲା ଆଦାନୀ ହାତକୁ

ଭୁବନେଶ୍ଵର, (ଓଟି): ଦେଶର ୬ ବିମାନବନ୍ଦର ଘରୋଇକରଣ ହେବ। ଏଥିନେଇ ଆବଶ୍ୟକ ପ୍ରକ୍ରିୟା ଚାଲୁ ରହିଛି। ତିନି ବିମାନବନ୍ଦରକୁ ଆଦାନୀ କମ୍ପାନୀକୁ ହସ୍ତାନ୍ତର କରାଯାଇଛି ବୋଲି ବେସାମରିକ ବିମାନଚଳାଚଳ ମନ୍ତ୍ରୀ ହର୍‌ଦୀପ ସିଂ ପୁରୀ କହିଛନ୍ତି।

ଲୋକସଭାର ପ୍ରଶ୍ନୋତ୍ତର କାଳରେ ତୃଣମୂଳ କଂଗ୍ରେସ ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ ହରଦୀପ ଏହା କହିଛନ୍ତି। ତେବେ କେଉଁ ୬ଟି ବିମାନବନ୍ଦର ଘରୋଇକରଣ ହେବ ସେ ନେଇ କିଛଇ ସ୍ପଷ୍ଟ କରିନାହାନ୍ତି। ଏ ବାବଦରେ ପ୍ରକ୍ରିୟା ଚାଲିଛି ଏବଂ ମେରିଟ୍‌ ଅନୁସାରେ ଘରୋଇକରଣ କରାଯାଉଥଇବା ସେ କହିଛନ୍ତି।

କୋଲତତା ବିମାନବନ୍ଦର ବାବଦରେ ତଥ୍ୟ ରଖି ସେ କହିଛନ୍ତି, ଏହି ବିମାନବନ୍ଦର ବାବଦରେ କୌଣସି ବିଚାର ହୋଇ ନାହିଁ।

Leave a Reply

Your email address will not be published. Required fields are marked *