କରୋନା: ଅସରନ୍ତି ଭୟ, ଦେଶରେ ୫୬ ନୂଆ ଆକ୍ରାନ୍ତ
ଭୁବନେଶ୍ଵର, (ଓଟି): କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବିନା ବ୍ରେକ୍ରେ ବଢ଼ି ଚାଲିଛି। ଶନିବାରଦିନ ଭାରତର କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ଆହୁରି ୫୬ଜଣଙ୍କ ନାଁ ଯୋଡ଼ି ହୋଇଛି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ରହିଛି। ଏଥିରୁ ୨୪୪ ଭାରତୀୟ ନାଗରିକ ହୋଇଥିବାବେଳେ ୩୯ଜଣ ବିଦେଶୀ ନାଗରିକ। ଏହି ସଂଖ୍ୟାରେ ମହାରାଷ୍ଟ୍ର ସବୁଠାରୁ ଆଗୁୖା ରହିଛି। ଏଠାରେ ସମୁଦାୟ ଭାରତୀୟ ଆକ୍ରାନ୍ତ ନାଗରିକଙ୍କ ସଂଖ୍ୟା ହେଉଛି ୬୦। ଏହାତଳକୁ ରହିଛଇ କେରଳ, ଯେଉଁଠାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ରହିଛି। ଦିଲ୍ଲୀରେ ୨୫ଜଣ ଆକ୍ରାନ୍ତ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୨୩, କଣ୍ଣଟକ ଏବଂ ରାଜସ୍ଥାନରେ ୧୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ରେଳବାଇ ପକ୍ଷରୁ ୧୨ଜଣଙ୍କୁ ଚିହ୍ନଟ
ରେଳବାଇ ପକ୍ଷରୁ ୧୨ଜଣ ଯାତ୍ରୀଙ୍କ ଦେହରେ କରୋନା କୋଭିଡ୍-୧୯ ଭୁତାଣୁ ଠାବ କରାଯାଇଛି। ସେମାନଙ୍କ ଭିତରୁ ୮ ଜଣ ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍ ଯୋଗେ ରାମଗୁଣ୍ଡମ୍ ଏବଂ ୪ ଜଣ ଯାତ୍ରୀ ଗୋଣ୍ଡନ ଏକ୍ସାପ୍ରେସ୍ରେ ମୁମ୍ବାଇରୁ ଜବଲପୁର ଯାତ୍ରା କରୁଥିଲେ।
ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ଜରୁରୀ ଯାତ୍ରା ବ୍ୟତୀତ ଅନ୍ୟ ସମସ୍ତ ଲମ୍ବା ଯାତ୍ରାକୁ ବାତିଲ୍ କରିବାକୁ ପରାମର୍ଶ ଦିଆଯାଇଛି।
ଓଡ଼ିଶାରେ କୌଣସି ନୂଆ ସଂକ୍ରମଣ ଚିହ୍ନଟ ହୋଇ ନାହିଁ। କିନ୍ତୁ ୪ ଜଣଙ୍କ ସାମ୍ପଲ୍ ରିପୋର୍ଟ ଏବେ ଅପେକ୍ଷାରେ ରହିଛି। ଓଡ଼ିଶାକୁ ନିକଟରେ ବିଦେଶରୁ ଫେରିଥିବା ପାଖାପାଖି ୩ହଜାର ବ୍ୟକ୍ତିଙ୍କୁ ସରକାର କଡ଼ା ନଜରରେ ରଖିଛନ୍ତି। ସେମାନଙ୍କୁ ୧୪ ଦିନଯାଏ ଗୃହରେ ଏକୁଟିଆ ରହିବାକୁ କୁହାଯାଇଛି। ଏମାନଙ୍କ ବେପରୁଆ ମନୋଭାବ ହେତୁ ତାଙ୍କଠାରୁ କରୋନା ଭୁତାଣୁ ସଂକ୍ରମଣ ହୋଇପାରେ ବୋଲି ସରକାରେ ସନ୍ଦେହ କରି ରାଜ୍ୟର ୫ ଜିଲ୍ଲା ଓ ୮ ସହରରେ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛନ୍ତି, ଖେର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଏବଂ ଅନୁଗୁଳ। ସେହିପରି ଯେଉଁ ୮ ସହରକୁ ସରକାର ପ୍ରାୟ ସମ୍ପୂଣ୍ଣ ବନ୍ଦ ଘୋଷଣା କରିଛନ୍ତି ସେଗୁଡ଼ିକ ହେଲା: ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ଵର, ଯାଜପୁର ରୋଡ, ଯାଜପୁର ଟାଉନ ଏବଂ ଭଦ୍ରକ।
ଲକ୍ଅଡାଉନ୍ ସମ୍ପର୍କରେ ଅଧିକ ଖବର ପାଇଁ ଲିଙ୍କ୍କୁ କ୍ଲିକ୍ କରନ୍ତୁ: http://odishatime.com/why-lock-down-necessary/
ରବିବାରଦିନ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଇଁ ନିବେଦନ କରିଛନ୍ତି। ସକାଳ ୭ରୁ ରାତି ୯ ଯାଏ ଘରେ ରହିବାକୁ ମୋଦି ଅନୁରୋଧ କରିଛନ୍ତି।