୫୫୭ ପୁଲିସ କର୍ମଚାରୀଙ୍କୁ କରୋନା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ମହାରାଷ୍ଟ୍ରର ୫୫୭ଜଣ ପୁଲିସ କର୍ମଚାରୀଙ୍କ ନମୁନାରେ କରୋନା ଭୁତାଣୁ ଠାବ କରାଯାଇଛି। ଲକ୍ଡାଉନ୍ ଲାଗୁ ହେବା ପରେ ସେମାନଙ୍କ ପରୀକ୍ଷା କରାଯାଇଛଇ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି। ରାଜ୍ୟରେ ଏବେ ସମୁଦାୟ କୋଭିଡ୍ ରୋଗୀ ସଂଖ୍ୟା ୧୮୧୨୦ ରହିଛି। ଗୁରୁବାରଦିନ ୧୩୬୨ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି।
ଟ୍ବିଟରରେ ସୂଚନା ଦେଇ ଦେଶମୁଖ କହିଛନ୍ତି, ରାଜ୍ୟରେ ୨ ଲକ୍ଷ ୨୬ ହଜାର ୨୩୬ଜଣଙ୍କୁ କ୍ଵାରେଣ୍ଟୀନ୍ରେ ରଖାଯାଇଛି। ସେମାନଙ୍କ ଭିତରୁ ୬୫୩ଜଣ ପୃଥକାବାସ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।
ପୁଲିସବଳରେ କରୋନା ବ୍ୟାପିବା ରାଜ୍ୟ ପ୍ରଶାସନ ପାଇଁ ଏକ ମୁଣ୍ଡବିନ୍ଧାର କାରଣ ହୋଇଛି। ବିଭିନ୍ନ ସମୟରେ ପୁଲିସବଳ ରାଜ୍ୟବାସୀଙ୍କୁ ସୋଶାଲ୍ ଡିଷ୍ଟାନ୍ସିଂ ପାଳନ କରିବା ତଥା ବିଭିନ୍ନ ନିୟମକୁ କାର୍ଯ୍ୟକାରୀ କରାଇବାରେ ସହାୟକ ହୋଇଥାଆନ୍ତି।