ନିର୍ବାଚନରେ ବାଧା ଆଶଙ୍କା: ୫୫ ହଜାର ଲୋକ ଅଟକ

ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଆଶଙ୍କାରେ ରାଜ୍ୟର ୫୪ ହଜାର ୯୨୧ ଜଣଙ୍କୁ ଅଟକ ରଖାଯାଇଛି। ସେହିପରି ସମଗ୍ର ରାଜ୍ୟରେ ୧୩ହଜାର ୩୪୩ଟି ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଏହାବଦ୍‌ ୫ ହଜାର ୧୭୭ଟି ବନ୍ଧୁକ ଜବତ କରାଯାଇଛି। ଏହି ବନ୍ଧୁକ ଗୁଡ଼ିକ ଲାଇସେନ୍ସପ୍ରାପ୍ତ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯାଳୟରୁ ଜଣାପଡ଼ିଛି।

ନିର୍ବାଚନକୁ ଅବାଧ ଓ ସ୍ଵଚ୍ଛ କରିବା ପାଇଁ ନିର୍ବାଚନ କମିଶନ ତଥା ରାଜ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପରେ ନ୍ୟସ୍ତ ଦାୟିତ୍ଵ ଓ କ୍ଷମତାକୁ ଆଖିରେ ରଖି ବିଭିନ୍ନ ଜିଲ୍ଲାରେ ପୁଲିସ ଓ ପ୍ରଶାସନକୁ ସତର୍କ କରାଯାଇଛି। ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଏହିପରି ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କୁ ଅଟକ ରଖାଯାଉଛଇ ଏବଂ ସେମାନଙ୍କଠୁ ସୂଚନା ନେଇ ବିିଭିନନ ସମ୍ଭାବ୍ୟ ଅପରାଧକୁ ରୋକିବାରେ ପୁଲିସ ଭୂମିକା ଗ୍ରହଣ କରୁଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜବତ ହୋଇଥିବା ଲାଇସେନ୍ସଭୁକ୍ତ ବନ୍ଧୁକଗୁଡ଼ିକୁ ଜିଲ୍ଲା ପ୍ରଶାସନ ପାଖରେ ଜିମା ଦିଆଯାଇଛି। ସେହିପରି ରାଜ୍ୟରେ ଲାଇସେନ୍ସ ନଥିବା ୨୩୨ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୩୩.୦୩୨ କିଲୋଗ୍ରାମ ବିସ୍ଫେରକ ଜବତ କରାଯାଇଥିବା କୁହାଯାଇଛି।

ଅବାରୀ ବିଭାଗ ସହାୟତାରେ ବିଭିନ୍ନ ସ୍ଥାନରେ ଚାଲୁଥିବା ଅବକାରୀ କାରବାରକୁ ରୋକିବା ଲାଗି ନିର୍ବାଚନ ଅଧିକାରୀ ପଦକ୍ଷେପ ନେଉଛନ୍ତି। ପୁଲିସ ଓ ଅବକାରୀ ବିଭାଗ ସହାୟତାରେ ୧ଲକ୍ଷ ୨୭ ହଜାର ୯୭୯ ଲିଟର ମଦ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୩କୋଟି ୫୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସେହିପରି ୨କୋଟି ୯୭ ଲକ୍ଷ ୨୫୦ ନଗଦ ଟଙ୍କା କମିଶନଙ୍କ ସୂଚନାରେ ଜବତ କରାଯାଇଛି। ଏହି ଟଙ୍କା ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବେଆଇନ ହୋର୍ଡଂ ତଥା ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ପୋଷ୍ଟରକୁ ହଟାଇବାକୁ ମଧ୍ୟ ପଦାକ୍ଷପ ନିଆଯାଉଛି। ସବୁଠାରୁ ବଡ଼ କଥା ହେଲା ଏସବୁ ଜନସାଧାରଣଙ୍କ ସୂଚନା ଆଧାରରେ ହୋଇପାରୁଛି। ଏ ଭିତରେ ୧୨୯୩ଟି ଅଭିଯୋଗ ଗ୍ରହଣ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published.