ରାଜ୍ୟପାଳଙ୍କ ଅଭିଭାଷଣ: ଜନମଙ୍ଗଳ ପାଇଁ ଓଡ଼ିଶା ସରକାରଙ୍କ ୫୨ ଯୋଜନା, ନଜର ପକାଇଦିଅନ୍ତୁ
ଭୁବନେଶ୍ଵର, (ଓଟି): ବିଜୁ ଜନତା ଦଳକୁ ଓଡ଼ିଶା ବାସୀଙ୍କ ବଳ ବୋଲି ସାବ୍ୟସ୍ତ କରିବା ଉଦ୍ଦେଶ୍ୟରେ ବିଗତ ପାଞ୍ଚ ବର୍ଷରେ ରାଜ୍ୟ ସରକାର ୫୨ଟି ଜନ ମଙ୍ଗଳକାରୀ ଯୋଜନା କାର୍ଯ୍ୟକରିଛନ୍ତି। ଏହି ଯୋଜନାଗୁଡ଼ିକ ସଫଳ ଭାବେ ରୂପାୟନ ହୋଇ ରାଜ୍ୟବାସୀଙ୍କ ବିକାଶ ସାଧନ କରୁଛି ବୋଲି ବିଧାନସଭାରେ ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।
୫୧ ପୃଷ୍ଠା ସମ୍ବଳିତ ଅଭିଭାଷଣକୁ ବିଧାନସଭାରେ ଉପସ୍ଥାପନ କରି ରାଜ୍ୟପାଳ କହିଛନ୍ତି, ୨୦୦୦ ମସିହା ପରଠାରୁ ଓଡ଼ିଶାରେ ପରିବର୍ତ୍ତନ ଆରମ୍ଭ ହୋଇଛି। ବିପର୍ଯ୍ୟୟ ପ୍ରଶମନ, କୃଷି ବିକାଶ, ଜଳସେଚନ ହେଉ କି କନ୍ୟା ଶିକ୍ଷା, ମହିଳା ସଶକ୍ତିକରଣ, ବେକାରୀ ଦୂରୀକରଣରେ ରାଜ୍ୟ ସରକାର ଅଭୂତପୂର୍ବ ପ୍ରଦର୍ଶନ କରିଛନ୍ତି।

ଲୋକଙ୍କ ବିକାଶ ତଥା ସାମାଜିକ ଉତ୍ଥାନ ପାଇଁ ରାଜ୍ୟ ସରକାର ଏ ଭିତରେ ୫୨ରୁ ଅଧିକ ଯୋଜନାରୁ ରୂପାୟନ କରିଥିବା ରାଜ୍ୟପାଳ ପ୍ରକାଶ କରିଛନ୍ତି। ଅଭିଭାଷଣରେ ରାଜ୍ୟ ସରକାରଙ୍କ ଯୋଜନା ବାବଦରେ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟ ସରକାର ଦାରିଦ୍ର୍ୟ ଦୂରୀକରଣ ଏବଂ କୃଷିର ଉନ୍ନତି ପାଇଁ ନିକଟରେ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ରାଜ୍ୟର ୯୨ ପ୍ରତିଶତ କ୍ଷୁଦ୍ର, ମଧ୍ୟମ ଓ ନିମ୍ନ ଚାଷୀ ତଥା ଭାଗଚଷୀ, ଋଣୀ ଓ ଅଣ ଋଣୀ ଚାଷୀଙ୍କ ବିକାଶରେ ସହାୟକ ହୋଇପାରିଛି। ଏହି ଯୋଜନାରେ ସରକାର ୧୨ଲକ୍ଷ ୪୫ ହଜାର କ୍ଷୁଦ୍ର ମଧ୍ୟମ ଚାଷୀଙ୍କ ସମେତ ୫୮ ହଜାର ଭାଗଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୬୫୨ କୋଟି ଟଙ୍କା ପ୍ରଦାନ କରିଛନ୍ତି।
ଅନ୍ୟ ୫୧ ଉଲ୍ଲେଖନୀୟ ଯୋଜନାଗୁଡ଼ିକ ଭିତରେ ରହିଛି:
୧) ମିଶନ ଶକ୍ତି, ୨) ଓଡ଼ିଶା ମିଲେଟ୍ ମିଶନ୍ ୩) ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ୪)ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ୫) ପ୍ରାଣୀ ସମ୍ପଦ ବିକାଶ ନିମନ୍ତେ ଦୀର୍ଘକାଳୀନ ସହାୟତା ଯୋଜନା, ୬) ଅନ୍ତୋଦୟ ଅନ୍ନ ଯୋଜନା, ୭) ରାଜ୍ୟ ଖାଦ୍ୟ ସୁରକ୍ଷର ଯୋଜନା, ୮) ବକ୍ସି ଜଗବନ୍ଧୁ ପାନୀୟଜଳ ଯୋଜନା ( ବସୁଧା), ୯) ଆମ ଗାଁ ଆମ ବିକାଶ ୧୦) ପିଠା ୧୧) ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ୧୨) ଆଶା ମାତୃତ୍ଵ ୧୩) ଆଶା କଲ୍ୟାଣ, ୧୪) ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ୧୫) ସହାୟ, ୧୬) ନିଦାନ ୧୭) ସୁନେତ୍ର ୧୮) ନିର୍ମଳ ୧୯) ମମତା ୨୦) ମଧୁବାବୁ ପେନ୍ସନ୍ ୨୧) ବରିଷ୍ଠ ବୁଣାକାର ସହାୟତା ୨୨) ମୁଖ୍ୟମନ୍ତ୍ରୀ କଳାକାର ଯୋଜନା ୨୩) ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ୨୪) ଓଡ଼ିଶା ଭାଷା ବୃତ୍ତି ୨୫) ଉ୍କୃଷ୍ଟ ସ୍କୁଲ ୨୬) ମୋ ସ୍କୁଲ୍ ଅଭିଯାନ ୨୭) ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା୨୮) ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ଯୋଜନା, ୨୯) ବିଜୁ ଯୁବ ସଶକ୍ତିକରଣ ଯୋଜାନ ୩୦) ଅନ୍ବେଷା ୩୧) ସବୁଜ ମହାନଦୀ ମିଶନ ୩୨) ଜଗନ୍ନାଥ ବନ ପ୍ରକଳ୍ପ ୩୩) ଅର୍ପଣ, ୩୪) ନିର୍ମାଣ କୁସୁମ ୩୫) ବିଜୁ ଏକ୍ସପ୍ରେସ୍ ଓ୍ବେ ୩୬) ଅଭଡ଼ା, ୩୭) ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୩୮) ସ୍ଵାଭିମାନ ଅଞ୍ଚଳ ( ମାଲକାନଗିରି) ୩୯) ବିଜୁ ସେତୁ, ୪୦) ଆହାର ୪୧) କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ( କ୍ରୁଟ୍) ବା ମୋ ବସ୍ ଯୋଜନା ୪୨) ବିଜୁ ସହରାଞ୍ଚଳ ବିଜୁଳୀକରଣ ଯୋଜନା ୪୩) ବିଜୁ ଗ୍ରାମ ଜ୍ୟୋତି ୪୪) ଆମ ଘରେ ଏଲ୍ଇଡି ୪୫) ବିଜୁ ଗାଁ ଗାଡ଼ି ଯୋଜନା ୪୬) ରାଜଧାନୀ ଏକ୍ସାପ୍ରେସ୍ ୪୭) ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ୪୮) ପରିପାଇଁ କଥାଟିଏ ୪୯) ପରି ଏକ୍ସପ୍ରେସ୍ ୫୦) ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟବୀମା ଯୋଜନା , ୫୧) ଆକାଂକ୍ଷା
ଏହାବାଦ୍ ରାଜ୍ୟ ସରକାର ଅନେକ କେନ୍ଦ୍ର ପ୍ରାୟୋଜିତ ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି। ବଜେଟ୍ ଅଭିଭାଷଣ ପୂବ;ରୁ ନିଜ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ରାଜ୍ୟପାଳ। ଏହାକୁ ବିରୋଧ କରି ବିଧାନସଭା ଆରମ୍ଭରୁ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।