୫୦ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲର ସମାପନ ଉତ୍ସବ, ଜାଣନ୍ତୁ ବିଜେତାଙ୍କ ତାଲିକା

ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ୫୦ ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲର ସମାପନ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ୯ ଦିନ ଧରି ଚାଲିଥିବା ଏହି ଉତ୍ସବରେ ୭୬ଟି ଦେଶର ୧୯୦ଟି ଫିଲ୍ମର ସ୍କ୍ରିନିଙ୍ଗ୍ କରାଯାଇଥିଲା । ୯୦ଟି ଭାରତୀୟ , ୬ଟି ୱାଲର୍ଡ଼ୱାଇଡ୍ ପ୍ରିମିୟର୍ ଓ ୧୧ଟି ଏସିଆନ୍ ଫିଲ୍ମର ପ୍ରିମିୟର୍ ମଧ୍ୟ ଏହି ଉତ୍ସବର ଶୋଭା ବଢ଼ାଇଥିଲା । ଗୋଆରେ ଅନୁଷ୍ଠିତ ଏହି ସମାପନ ଉତ୍ସବର ହୋଷ୍ଟ ଥିଲେ କୁଣାଲ୍ କପୁର ଓ ସୋନାଲି କୁଲକର୍ଣ୍ଣି । ହରିହରନଙ୍କ ସଙ୍ଗୀତମୟ ପରିବେଶ ମଧ୍ୟରେ ‘ମର୍ଘେ ଆଣ୍ଡ୍ ହର୍ ମଦର୍’ ଫିଲ୍ମ ସହିତ ଉତ୍ସବର ସମାପନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବେଲସ ହେରିସନଙ୍କ ନିର୍ଦ୍ଦେଶିତ ଫ୍ରେଞ୍ଚ୍ ଫିଲ୍ମ ‘ପାର୍ଟିକଲସ୍’କୁ ‘ଗୋଲଡେନ୍ ପିକକ୍’ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି ।

ଆୱାର୍ଡ଼ ବିଜେତା ତାଲିକାରେ ଥିବା ଅନ୍ୟାନ୍ୟ ତାରକାମାନେ ହେଉଛନ୍ତି –
୧- ବେଷ୍ଟ୍ ଡାରେକ୍ଟର୍ – ଲିଜୋ ଜୋସ୍ ପୋଲ୍ଲିସେର୍ (ଫିଲ୍ମ – ଜଲ୍ଲିକାଟୁ)
୨- ଆଇସିଏଫଟି ୟୁନିସକୋ ସ୍ପେଶାଲ୍ ମେନସନ୍ – ସଞ୍ଜୟ ପୁରନ୍ ସିଂ ଚୌହାନ୍ (ଫିଲ୍ମ – ବହତର୍ ହୁରେଁ)
୩- ବେଷ୍ଟ ଆକ୍ଟର୍ ମେଲ ସିଲଭର୍ ପିକକ୍ ଆୱାର୍ଡ଼ – ସିୟୁ ଜଜ୍ (ଫିଲ୍ମ – ମାରିଘେଲ୍ଲା)
୪- ବେଷ୍ଟ ଆକ୍ଟର୍ ଫିମେଲ ସିଲଭର୍ ପିକକ୍ ଆୱାର୍ଡ଼ – ଉଷା ଜାଘବ୍ (ଫିଲ୍ମ – ମାଇଘାଟ୍ କ୍ରାଇମ୍)
୫- ଆଇସିଏଫଟି ୟୁନିସକୋ ଗାନ୍ଧି ଆୱାର୍ଡ଼ – ରିକାର୍ଡ଼ୋ ସାଲଭେଟ୍ଟି
୬- ସ୍ପେଶାଲ୍ ମେନସନ୍ – ଅଭିଷେକ ଶାହ – (ଫିଲ୍ମ – ହିଲ୍ଲୋରେ)
୭- ସ୍ପେଶାଲ୍ ଜୁରି ଆୱାର୍ଡ଼ – ପେମା ସେଦେନ୍ – (ଫିଲ୍ମ – ବେଲୁନ୍)
୮- ବେଷ୍ଟ୍ ଡେବ୍ୟୁ ଫିଲ୍ମ ଅଫ୍ ଏ ଡାରେକ୍ଟର୍ ଆୱାର୍ଡ଼ – ମାରିୟସ୍ ଆଟଲିନ୍ – (ଫିଲ୍ମ – ମାନ୍ସଟର୍ସ) ଏବଂ ମିନିସିଦି ବୋମିଦିନ୍ – (ଫିଲ୍ମ – ଅବୁଲିଲା) ।

Leave a Reply

Your email address will not be published. Required fields are marked *