କୋଭିଡ୍‌-୧୯ ଡ୍ରାଇଭରଙ୍କ ପାଇଁ ୫୦ ଲକ୍ଷ ଅନୁକମ୍ପା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କୋଭିଡ୍‌-୧୯ କାର୍ଯ୍ୟରେ ନିୟୋଜିତ  ସରକାରୀ ଗାଡ଼ି ବା ସରକାରଙ୍କ ଦ୍ଵାରା ମଗାଯାଇଥିବା ଘରୋଇ ଗାଡ଼ିଗୁଡ଼ିକର ଡ୍ରାଇଭରମାନଙ୍କ ପାଇଁ ଏକ ବଡ଼ ଘେଷଣା କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ କୋଭିଡ୍‌ ଯୋଦ୍ଧା ଭାବେ ସମ୍ବୋଧନ କରିବା ସହ ରାଜ୍ୟ ସରକାର ସେମାନଙ୍କ କାମକୁ ଉଚିତ ସମ୍ମାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ କାର୍ଯ୍ୟରେ ନିୟୋଜିତ ଥିବା  ଗାଡ଼ି ଡ୍ରାଇଭର ତଥା ଗାଡ଼ିର ହେଲପରଙ୍କ ଯଦି ମୃତ୍ୟୁ ହୁଏ ବା କରୋନା ସଂକ୍ରମଣ ଜନିତ ମୃତ୍ୟୁ ହୁଏ ତେବେ  ରାଜ୍ୟ ସରକାର ତାଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାତାୟ ଅନୁକମ୍ପା ଆକାରରେ ପ୍ରଦାନ କରିବେ। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତଥା ପରିବହନ ସଚିବ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଏଥିରେ କୁହାଯାଇଛି ଯେ, ଯଦି ସମ୍ପୃକ୍ତ ବ୍ୟକ୍ତି ଭାରତ ସରକାରଙ୍କ ଦ୍ଵାରା ଘେଶଷଣା କରାଯାଇଥିବା ବୀମା ଅନ୍ତର୍ଭୁକ୍ତ ନୁହନ୍ତି ତେବେ ରାଜ୍ୟ ସରକାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏହି ଅନୁକମ୍ପା ସହାୟତା ଦେବେ। ଏଥିରେ ଘରୋଇ ବସ୍‌ ଚାଳକ ଏବଂ ହେଲପର ବି ଅନ୍ତର୍ଭୁକ୍ତ। ଏପରିକି ଏହି କାର୍ଯ୍ୟରେ ନିେ୍ରାଜିତ ପରିବହନ ଅଧିକାରୀଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ଏହି ସହାୟତା ପାଇଁ ଯୋଗ୍ୟ ଗଣାଯାଇଛି।

ବିଭିନ୍ନ ରାଜ୍ୟରେ ଫଶିଥିବା ଶ୍ରମିକଙ୍କୁ ଆଣିବା ଲାଗି ସରକାରଙ୍କ ଦ୍ଵାରା ଏବେ ୭୦୦ରୁ ଅଧିକ ବସ୍‌ ଚଳାଚଳ କରୁଛି।  ଏହାଛଡ଼ା ରେଳ ଦ୍ଵାରା ଆସୁଥିବା ଶ୍ରମିକଙ୍କୁ ମଧ୍ୟ ବସ୍‌ ଦ୍ଵାରା ବିଭିନ୍ନ  ଜିଲ୍ଲାକୁ ସ୍ଥାନାନ୍ତର କରାଯାଉଛି।  ଏଣୁ ପ୍ରତି ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ପରିବହନ କମିଶନର ଏହି କାର୍ଯ୍ୟରେ ନିୟୋଜିତ ହେଉଥିବା ସମସ୍ତ ଷ୍ଟାଫ୍‌, କର୍ମଚାରୀ ଏବଂ ଆଉଟ୍‌ସୋର୍ସିଂରେ ନିୟୋଜିତ କର୍ମଚାରୀଙ୍କ ଆବଶ୍ୟକ ରେକର୍ଡ ରଖିବା ଲାଗି ଆଦେଶ ଦେଇଛନ୍ତି।  ଯେତେବେଳେ ଏହି ବସ୍‌ ବା କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଛି ସେତେବେଳେ ତାଙ୍କୁ କୋଭିଡ୍‌-୧୯ କାର୍ଯ୍ୟରେ ନିେ୍ରାଜିତ କରାଯାଉଥିବା ଉଲ୍ଲେଖ କରିବାକୁ କମିଶନ ଆଦେଶ ଦଇେଛନ୍ତି।

ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧୬୯

Leave a Reply

Your email address will not be published.