ଖୋଲିଲା କଟକଣା: ଓଡ଼ିଶା ଅଭିମୁଖେ ୫ ଶ୍ରମିକ ସ୍ପେଶାଲ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ହାଇକୋର୍ଟଙ୍କ ଦ୍ଵାରା ଲାଗୁ କରାଯାଇଥିବା କଟକଣାକୁ ସୁପ୍ରିମ୍‌କୋଟ୍‌ ସ୍ଥଗିତ କରିବା ପରେ ପୁଣିଥରେ ପ୍ରବାସୀଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଛି। ଏହିକ୍ରମରେ ବିଭିନ୍ନ ରାଜ୍ୟରୁ ୫ଟି ସ୍ଵତନ୍ତ୍ର ଟ୍ରେନ୍‌ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ଏହି ୫ଟି ସ୍ଵତନ୍ତ୍ର ଟ୍ରେନ ଭିତରୁ ଦୁଇଟି ଗୁଜରାଟର ଅହମ୍ମଦାବାଦ୍‌ରୁ ଖୋର୍ଦ୍ଧା ଅଭିମୁଖେ ବାହାରିଛି। ସେହିପରି ମୁମ୍ବାଇର ପାନଭେଲ୍‌ ଷ୍ଟେସନ୍‌ରୁ ଟିଟିଲାଗଡ଼କୁ ଭୋଟିଏ ଟ୍ରେନ୍‌ ଶ୍ରମିକଙ୍କୁ ନେଇ ଆସୁଥିବା ବେଳେ ଚେନ୍ନାଇ ଏବଂ ସୁରାଟ୍‌ରୁ ଗୋଟିଏ ଲେଖାଏଁ ଟ୍ରେନ୍‌ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଷ୍ଟେସନ୍‌ରେ ପହଞ୍ଚିବାକୁ ସ୍ଥିର ହୋଇଛି।

ମେ’ ମାସ ୧ ତାରିଖରୁ କେନ୍ଦ୍ର ସରକାର ସ୍ଵତନ୍ତ୍ର ଶ୍ରମିକ  ଟ୍ରେନ୍‌‌ ଘୋଷଣା କରି ସେଥିରେ ଲକ୍‌ଡାଉନ୍‌ ହେତୁ ଫଶିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ବ୍ୟବସ୍ଥା ହୋଇଥିଲା। ଏହି ସ୍ଵତନ୍ତ୍ର ଟ୍ରେନ୍‌ ପାଇଁ ୮୫ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ତୁଲାଉଥିବା ବେଳେ ଅବଶିଷ୍ଟ ୧୫ ପ୍ରତିଶତ ରାଜ୍ୟ ସରକାର ଗ୍ରହଣ କରୁଛନ୍ତି।

Leave a Reply

Your email address will not be published.