୫ ଲକ୍ଷରୁ ଅଧିକ ପାକିସ୍ତାନୀ ୧୩୪ଟି ଦେଶରୁ ବିତାଡ଼ିତ

ନୂଆଦିଲ୍ଲୀ: ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଖରାପ ହେଉଥିବା ଅର୍ଥନୀତି, କାଶ୍ମୀର୍‌ର ଆବେଗ ଏବଂ ଆତଙ୍କବାଦ ବିଷୟରେ ଆଲୋଚନା କରାଯାଇଥାଏ । କିନ୍ତୁ ଆଜିକାଲି ସାରା ବିଶ୍ୱରେ ପାକିସ୍ତାନ ଅନ୍ୟ କିଛି ପ୍ରସଙ୍ଗ ପାଇଁ ଲଜ୍ଜିତ ହେଉଛି । ଆମ ପଡ଼ୋଶୀ ଦେଶର ନାଗରିକମାନେ ନିଜ ଦେଶରୁ ବିରକ୍ତ ହୋଇ ଉନ୍ନତ ଜୀବନ ଏବଂ ରୋଜଗାରର ସନ୍ଧାନରେ ବେଆଇନ ଭାବରେ ଅନ୍ୟ ଦେଶକୁ ଚାଲିଯାଆନ୍ତି ଏବଂ ପରେ ଅସମ୍ମାନ ଭାବରେ ସେମାନଙ୍କୁ ନିଜ ଦେଶକୁ ଫେରିବାକୁ ପଡୁଛି ।

ବାସ୍ତବରେ, ଗତ ୫ବର୍ଷ ମଧ୍ୟରେ, ବିଶ୍ୱର ୧୩୪ଟି ଦେଶ ୫ଲକ୍ଷରୁ ଅଧିକ ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶରୁ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୪ ମସିହାରୁ ୫ ଲକ୍ଷ ୧୯ ହଜାର ପାକିସ୍ତାନୀ ନାଗରିକଙ୍କୁ ପୃଥିବୀର ଅନେକ ଦେଶରୁ ଦେଶରୁ ବିତାଡ଼ିତ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଧିକାଂଶ ପାକିସ୍ତାନୀ ନାଗରିକଙ୍କୁ ଇସଲାମ୍‌ ଧର୍ମ ଥିବା ଦେଶରୁ ବହିଷ୍କାର କରାଯାଇଛି ।

ରିପୋର୍ଟ ଅନୁଯାୟୀ, ମୁସଲିମ ବନ୍ଧୁ ରାଷ୍ଟ୍ରମାନେ ପାକିସ୍ତାନୀ ନାଗରିକଙ୍କୁ ଅଧିକ ଦେଶାନ୍ତର କରିଛନ୍ତି । ଏକ୍ଷେତ୍ରରେ ପାକିସ୍ତାନର ବନ୍ଧୁ ଦେଶଭାବେ ପରିଚିତ ତୁର୍କୀ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନ ଆଗରେ ଅଛନ୍ତି ।

ପାକିସ୍ତାନୀ ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଦେଶାନ୍ତର ଶିବିରରେ ୬୫ହଜାରରୁ ଅଧିକ ପାକିସ୍ତାନୀ ଉପସ୍ଥିତ ଅଛନ୍ତି । ପାକିସ୍ତାନୀ ନାଗରିକମାନଙ୍କୁ ଦେଶରୁ ବିତାଡ଼ିତ କରିବାରେ ସାଉଦି ଆରବ ପ୍ରଥମ ସ୍ଥାନରେ ରହିଛି । ଏକ ରିପୋର୍ଟ ଅନୁଯାୟୀ, ସାଉଦି ଆରବ ୨୦୧୪ ମସିହାରୁ ପ୍ରାୟ ୧.୨୫ ଲକ୍ଷ ପାକିସ୍ତାନୀଙ୍କୁ ବହିଷ୍କାର କରିଛି । ଦ୍ୱିତୀୟ ସ୍ଥାନରେ ୟୁଏଇ ଅଛି, ଯାହା ପ୍ରାୟ ୫୨ ହଜାର ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶରୁ ବାହାରିବା ବାଟ ଦେଖାଇଛି । ଏଥି ସହିତ ତୁର୍କୀ ଏବଂ ଓମାନ ମଧ୍ୟ ପାଞ୍ଚ ବର୍ଷ ମଧ୍ୟରେ ୪୭ ହଜାରରୁ ଅଧିକ ନାଗରିକଙ୍କୁ ଦେଶାନ୍ତର କରିଛନ୍ତି ।

ଏହି ଇସଲାମିକ ରାଷ୍ଟ୍ରଗୁଡ଼ିକରେ ପାକିସ୍ଥାନର ସାଥି ମାଲେସିଆ ମଧ୍ୟ ଅନ୍ତର୍ଭୁକ୍ତ । ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ୧୮ ହଜାରରୁ ଅଧିକ ପାକିସ୍ତାନୀ ନାଗରିକଙ୍କୁ ଦେଶରୁ ବିତାଡ଼ିତ କରିଛି । ଏଥି ସହିତ ଗ୍ରୀସ୍ ୧୭ ହଜାର, ବ୍ରିଟେନ ୧୫ ହଜାର, ଇରାନ ପ୍ରାୟ ଏକ ହଜାର, ଆମେରିକା ୨୭୫ ଜଣ, କାନାଡା ଏବଂ ଜର୍ମାନୀ ୯୨୦ ଜଣ ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶରୁ ହଟାଇ ଦେଇଛନ୍ତି ।

ୟୁରୋପୀୟ ଦେଶମାନେ ମଧ୍ୟ ନିଜ ଦେଶରୁ ବେଆଇନ ପାକିସ୍ତାନୀ ନାଗରିକଙ୍କ ଦେଶାନ୍ତରରେ ପଛରେ ପଡ଼ିନାହାଁନ୍ତି । ଇସ୍‌ଲାମିକ ଆତଙ୍କବାଦର ଶିକାର ଫ୍ରାନ୍ସ ୮୪୫, ଇଟାଲୀ ୯୪୫, ସ୍ପେନ୍ ୪୯୪, ବେଲଜିୟମ ୩୭୫, ନରୱେ ୩୦୧, ଅଷ୍ଟ୍ରିଆ ୨୭୦, ସ୍ୱିଡେନ ୧୧୨, ନେଦରଲ୍ୟାଣ୍ଡ ୧୪୫, ରୋମାନିଆ ୧୬୫, ସ୍ୱିଜରଲ୍ୟାଣ୍ଡ ୬୫ ଏବଂ ବୁଲଗେରିଆ ୧୭୫ ବେଆଇନ ପାକିସ୍ତାନୀଙ୍କୁ ତାଙ୍କ ଦେଶରୁ ବାହାର କରିଛନ୍ତି ।

Leave a Reply

Your email address will not be published.