୫.୬ ଲକ୍ଷରୁ ଅଧିକ ମାଟ୍ରିକ୍ ପରୀକ୍ଷାର୍ଥୀ

ଭୁବନେଶ୍ଵର(ଓଟି): ଆସନ୍ତା ୧୯ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍‌ ବୋର୍ଡ ପରୀକ୍ଷା। ଏଥିପାଇଁ ଚଳିତବର୍ଷ ୨, ୮୮୮ଟି କେନ୍ଦ୍ର କରାଯାଇଛି। ସେହିପରି ୩୦୭ଟି ନୋଡାଲ ସେଣ୍ଟର କରାଯାଇଥିବାବେଳେ ୨୨ଟି ପୁଲିସ୍‌ ଷ୍ଟେସନକୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଆଉ କଡ଼ା ସୁରକ୍ଷା ଭିତରେ ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ। ଏହି ପରିପ୍ରେକ୍ଷୀରେ ୧ ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା କାର୍ଯ୍ୟ ଚାଲିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଛପା ଓ ପ୍ୟାକିଂ କାର୍ଯ୍ୟ ଜାରି ରହିଛି। ୮ ତାରିଖରେ ଆଡମିଟ୍ କାର୍ଡ ଓ ଅନ୍ୟ ଆବଶ୍ୟକ କାଗଜାତ ସ୍କୁଲଗୁଡ଼ିକୁ ପଠାଯିବ। କିନ୍ତୁ ୭ରେ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ କରାଯିବ ବୋଲି କୁହାଯାଇଛି। ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ନୋଡାଲ ସେଣ୍ଟରଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଅନୁରୂପ ଭାବେ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯିବା ସମ୍ପର୍କରେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *