ସମ୍ ତିଆରି କଲା ଓଡ଼ିଶାର ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲ୍, ଓଡ଼ିଶାରେ 4 କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ
ଭୁବନେଶ୍ଵର, (ଓଟି): ସରକାରୀ-ଘରୋଇ ଭାଗୀଦାରୀ ଦ୍ଵାରା ରାଜ୍ୟରେ ଆଉ ଏକ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁି ହୋଇଛି। ଏଠାରେ ସମୁଦାୟ ବେଡ୍ ସଂଖ୍ୟା ରହିଛି ୫୨୦। ଏହା ପୂର୍ବରୁ ଭୁବନେଶ୍ଵରର କିମ୍ସ ହସ୍ପିଟାଲ୍ରେ ଏକ ସ୍ଵତନ୍ତ୍ର ୫୦୦ ଶଯ୍ୟା ଏବଂ କଟକର ଅଶ୍ଵିନୀ ହସ୍ପିଟାଲ୍ରେ ୧୨୫ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ପ୍ରସ୍ତୁତ କରାଯାଇଥିଲା।
ରାଜ୍ୟର ଅନ୍ୟ ୬ଟି ସ୍ଥାନରେ ମଧ୍ୟ ବିଭିନ୍ନ ହସ୍ପିଟାଲ୍ରେ କୋଭିଡ୍ ୱାର୍ଡ଼ ପ୍ରସ୍ତୁତ କରାଯାଇଛି। ଏହି ହସ୍ପିଟାଲ୍ଗୁଡ଼ିକ ହେଉଛି ଡୁବୁରୀ ଏବଂ ଯୋଡ଼ାର ଟାଟା ହସ୍ପିଟାଲ୍, ପୁରୀର ଆଇଜି ହସ୍ପିଟାଲ୍ ଏବଂ ସୁନ୍ଦରଗଡ଼ରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ କରାଯାଇଛି। ଏହି ସ୍ଵତନ୍ତ୍ର ହସ୍ପିଟାଲ୍ଗୁଡ଼ିକ ଦ୍ଵାରା ଓଡ଼ିଶାରେ କୋଭିଡ୍ ରୋଗୀଙ୍କୁ ଚିକିତ୍ସା ପାଇଁ ୧୪୯୭ ଶଯ୍ୟା ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ ହସ୍ପିଟାଲ୍ରେ ନିର୍ମିତ ଏହି ହସ୍ପିଟାଲ୍ ସହ ୨୦ଟି ଆଇସିୟୁ ରହିବ। ଏହି ଆଇସିୟୁ ବ୍ୟବସ୍ଥା ସୋଆ ବିଶ୍ଵବିଦ୍ୟାଳୟର କ୍ୟାମ୍ପସ୍ ୨ରେ ଖୋଲିଛି। ଆବଶ୍ୟକ ସ୍ଥଳରେ ଜରୁରୀ ଚିକିତ୍ସା ଲାଗି ଏହି ଆଇସିୟୁ ବ୍ୟବହାର କରାଯିବ।











