ରାଜ୍ୟରେ ଚତୁର୍ଥ କରୋନା ପଜିଟିଭ୍‌ ଚିହ୍ନଟ, ରୋଗୀଙ୍କ ବୟସ ୨୯, ଯାଇଥିଲେ ଦୁବାଇ

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ଆଉ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଭୁବନେଶ୍ଵରସ୍ଥ ଏମ୍ସ ହସ୍‌ପିଟାଲ୍‌ରେ ତାଙ୍କର ସାମ୍ପଲ୍‌ ପରୀକ୍ଷଣ କରାଯାଇଥିଲା।

ଚତୁର୍ଥ ପଜିଟିଭ୍‌ଙ୍କ ଘର ଭଦ୍ରକ ଜିଲ୍ଲାରେ। ସେ ଜଣେ ୨୯ ବର୍ଷୀୟ ଯୁବକ। ସେ ନିକଟରେ ଦୁବାଇରୁ ଫେରିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ୨୬ ତାରିଖ ପରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ନଥିଲ। ୫ ଦିନ ପରେ ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ ଏହାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

୧୫ ମାର୍ଚ ଦିନ ରାଜ୍ୟରେ ପ୍ରଥମ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଏହା ପରେ ୧୯ ଦିନ ପରେ ଦ୍ଵିତୀୟ ରୋଗୀଘଙ୍କୁ ଚିହ୍ନଟ କରାଯାଇଥିଲା। ଏହି ଦୁଇ ରୋଗୀଙ୍କ ସଂସ୍ପର୍ଶାାର ଆସିଥିବା ୫୫ ଜଣଙ୍କୁ ସ୍ଵତନ୍ତ୍ର ଭାବେ ହସ୍‌ପିଟାଲ୍‌ ଆଇସୋେଲେସନ୍‌ରେ ରଖାଯାଇଛି। ସେହିପରି ଦ୍ଵିତୀୟ ସଂକ୍ରମିତ ୬୦ ବର୍ଷୀୟ ବ୍ୟାଙ୍କର୍‌ଙ୍କୁ ମଧ୍ୟ କରୋନର ଚିହ୍ନଟ କରାଯାଇଥିଲା। ତାଙ୍କ ସଂସ୍ପର୍ଶରେ ୧୧୨ ଜଣ ବ୍ୟକ୍ତି ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଏହି ୫ ଦିନ ଭିତରେ କାହା ପାଖରେ ଭୁତାଣୁ ଚିହ୍ନଟ କରାଯାଇ ନାହିଁ। ଅର୍ଥାତ୍‌ ଓଡ଼ିଶାରେ ଏଯାଏ ସମୁଦାୟକୁ ଭୁତାଣୁ ସଂକ୍ରମିତ କରି ନାହିଁ ବୋଲି କୁହାଯାଇ ପାରିବ।

Leave a Reply

Your email address will not be published. Required fields are marked *