ନିରଞ୍ଜନଙ୍କୁ ପ୍ରକାଶଙ୍କ ଚ୍ୟାଲେଞ୍ଜ

କଟକ ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ଆଜି ନିଜ ଅଞ୍ଚଳରେ ସେ ଆସନ୍ତୁ ଚାଲିବା କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଆଜି ସକାଳୁ ପିର ବଜାରଠାରୁ ଆରମ୍ଭ ହୋଇ ସାଲେପୁର ମୁଖ୍ୟ ବଜାର ପର୍ଯ୍ୟନ୍ତ ପହଞ୍ଚିଥିଲା ପ୍ରକାଶଙ୍କ ରାଲି । ଏହି ରାଲିରେ ଯୋଗ ଦେଇଥିଲେ ପ୍ରକାଶଙ୍କ ପ୍ରଶଂସକ । ଦଳମତ ନିର୍ବିଶେଷରେ ଏହି ରାଲି ଆୟୋଜନ କରାଯାଇଥିଲା । ୨୦୧୪ରୁ ଆଜି ପର୍ଯ୍ୟନ୍ତ ଯେଉଁ ସାଲେପୁର ଅଞ୍ଚଳରେ ବିକାଶର ଯେଉଁ ଧାରା ଲୋକଙ୍କ ପାଖରେ ପହଞ୍ଚିଛି ଚିତ୍ର ବୟାନ କରୁଥିଲା ଏହି ରାଲି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରକାଶ କୌଣସି ଦଳୀୟ ସଙ୍କେତର ବ୍ୟବହାର ନକରି ଏହି ରାଲିର ଆୟୋଜନ କରିଥିଲେ । ସେ କଂଗ୍ରେସ ଦଳର ବିଧାୟକ ହୋଇ ବି ରାଲିରେ ନିଜ ଦଳର ସଙ୍କେତ ବ୍ୟବହାର ନକରିବା କି ଦଳୀୟ ନେତାଙ୍କୁ ଆମନ୍ତ୍ରଣ ନକରିବା ଭିନ୍ନ ଏକ ସଙ୍କେତ ଦେଉଛି । ସେ ନିଜେ ମଧ୍ୟ ଏହି ରାଲିରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ସେ ଜଣେ ଲୋକପ୍ରତିନିଧି ଭାବେ ନିଜ ଶକ୍ତିର ଆକଳନ କରୁଛନ୍ତି । କୌଣସି ଦଳର ଶକ୍ତିରେ ସେ ଶକ୍ତିଶାଳୀ ହେବାକୁ ଚାହୁଁନାହାଁନ୍ତି ।

ପ୍ରକାଶ ବେହେରାଙ୍କ ଏହି ରାଲିକୁ ନେଇ କଟକ ଜିଲ୍ଲା ରାଜନୀତିରେ ଭୃକୁଞ୍ଚନ ସୃଷ୍ଟି ହୋଇଥିବା ବେଳେ ପିସିସି ସଭାପତି ଏବାବଦରେ ନିଜର ଅଜ୍ଞତା ଜାହିର କରିଛନ୍ତି । ପ୍ରକାଶ ରାଲି କରିବା ପାଇଁ ତାଙ୍କ ସହ ଆଲୋଚନା କରିଥିବା ଏବଂ ତାଙ୍କୁ ଆମନ୍ତ୍ରଣ କରିନଥିବା ସେ କହିଛନ୍ତି । ତେବେ କେଉଁ ଉଦ୍ଦେଶ୍ୟରେ ସେ ଏଭଳି ରାଲିର ଆୟୋଜନ କରିଥିଲେ ସେ ନେଇ ପିସିସି ସଭାପତି ତଦନ୍ତ କରିବେ ବୋଲି କହିଛନ୍ତି ।

ଦଳ ଛାଡ଼ିବେ କଂଗ୍ରେସ ବିଧାୟକ ପ୍ରକାଶ ବେହେରା!

ସାଲେପୁରର ବିଧାୟକ ପ୍ରକାଶ ବେହେରା ଯେକୌଣସି ମୁହୂର୍ତ୍ତରେ କଂଗ୍ରେସକୁ ସବୁଦିନ ପାଇଁ ବାଏ ବାଏ କରିବେ ବୋଲି ଜଣାପଡ଼ିଛି। ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଯୋଗେଶ ସିଂ ଓ ନବ ଦାସଙ୍କ ପରେ ପ୍ରକାଶ ଚତୁର୍ଥ ବିଧାୟକ ଭାବେ ଖୁବଶୀଘ୍ର କଂଗ୍ରେସରୁ ଇସ୍ତଫା ଦେବାର ସମ୍ଭାବନା ରହିଛି। ଆଜିର ସାଲେପୁରରେ ପ୍ରକାଶଙ୍କ ଶକ୍ତି ପ୍ରଦର୍ଶନରୁ ଚର୍ଚ୍ଚା ହେଉଛି, ବିଜେଡିର ଇସାରାରେ ଶ୍ରୀ ବେହେରା ଆଜି ଏଭଳି କାର୍ଯ୍ୟକ୍ରମ କରିଥିଲେ। ଶ୍ରୀ ବେହେରାଙ୍କୁ ଦଳରେ ମିଶାଇ ବିଜେଡି ତାଙ୍କୁ କଟକ ସଦର ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ସମ୍ପର୍କରେ ଏବେ ଚିନ୍ତା କରୁଛି।

Leave a Reply

Your email address will not be published.