ବିଧାନସଭାରେ ୪୧% ନୂଆ ଚେହେରା, ୯% ମହିଳା

ଭୁବନେଶ୍ଵର, (ଓଟି): ଏଥର ବିଧାନସଭାରେ ୪୧% ବିଧାୟକ ହେବେ ପ୍ରଥମ ଥର ( ଫାଷ୍ଟ ଟାଇମ୍‌) ବିଧାୟକ। ଅର୍ଥାତ୍‌ କେବେ ନିର୍ବାଚିତ ହୋଇ ନଥିବା ବିଧାୟକ। ଏମାଙ୍କ ସବମୁଦାୟ ସଂଖ୍ୟା ରହିବ ୬୦। ସେଥିରୁ ବିଜେଡିରେ ୪୧ ବିଧାୟକ ରହିଥିବା ବେଳେ ବିଜେପିର ୨୩ ବିଧାୟକଙ୍କ ଭିତରୁ ୧୪ ଜଣ ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ୯ ଜଣ ବିଧାୟକଙ୍କ ମଧ୍ୟରୁ ୩ ଜଣ ନୂଆ।

ରାୟଗଡ଼ାରୁ ସ୍ଵାଧୀନଭାବେ ଜିତିଥିବା ତଥା ପୂର୍ବତନ ମନ୍ତ୍ରୀ ଲାଲ୍‌ ବିହାରୀ ହିମିରିକାଙ୍କୁ ହରାଇଥିବା ମକରନ୍ଦ ମୁଦୁଲି ବି ପ୍ରଥମ ଥର ବିଧାନସଭା ଆସିବେ।

୧୩ ମହିଳା

ବିଧାନସଭାରେ ୩୩% ମହିଳାଙ୍କୁ ସଦସ୍ୟ କରାଇବା କାଠିକର ପାଠ ବା ଚ୍ୟାଲେଞ୍ଜ ରହି ଆସିଛି। ଏପରିକି ସେତିକି ପ୍ରାର୍ଥୀ ବି ରାଜନୀତିକ ଦଳମାନେଦେଇ ନଥିଲେ। ତଥାପି ଯେଉଁଠି ପ୍ରାର୍ଥୀ ଦିଆଯାଇଥିଲା ସେଥିରୁ ୧୩ ଜଣ ଜିତିଛନ୍ତି। ସମୁଦାୟ ନିର୍ବାଚିତ ବିଧାୟକ (୧୪୬)ଙ୍କୁ ହିସାବ କଲେ ଏଥର ଓଡ଼ିଶା ବିଧାନସଭାରେ ପାଖାପାଖି ୯ ପ୍ରତିଶତ ସଦସ୍ୟ ହେବେ ମହିଳା। ପୂର୍ବଥର ଏହି ସଂଖ୍ୟା ୧୨ ଥିଲା। ଅର୍ଥାତ୍‌ ମହିଳାଙ୍କ ଭାଗିଦାରୀରେ କୌଣସି ଆଖିଦୃଶିଆ ଅଗ୍ରଗତି ଲକ୍ଷ୍ୟ କରାଯାଇ ନାହିଁ।

Leave a Reply

Your email address will not be published.