ସଫାହେଲେ ୪ ଆତଙ୍କବାଦୀ

ଶ୍ରୀନଗର (ଓଟି): ଜମ୍ମୁ-କଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଓ କୁଲଗାମ୍‌ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ୍‌ ଓ ଲସ୍କର-ଇ-ତାଇବାର ବୋଲି ଜଣାପଡ଼ିଛି। ଏହାପରେ ସମ୍ପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ଅନନ୍ତନାଗ ଓ କୁଲଗାମ୍‌ରେ ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିବା ପରେ ତୁରନ୍ତ ଅପରେସନ ଆରମ୍ଭ କରାଯାଇଥିଲା। ଏଥିସହ ପୂରା ଅଞ୍ଚଳକୁ ସେନା ଓ ପୁଲିସ ପକ୍ଷରୁ ସିଲ୍‌ କରାଯାଇଥିଲା। ତେବେ ସେନା ବାହିନୀର କାର୍ଯ୍ୟାନୁଷ୍ଠାନ ପରେ ପରେ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ। ଏହାର ଉପଯୁକ୍ତ ଜବାବ ଦିଆଯାଇଥିବାବେଳେ ସେନାର ପାଲଟା ଗୁଳିରେ ୪ ଆତଙ୍କବାଦୀ ସଫା ହୋଇଥିବା ଖବର ମିଳିଛି। ପ୍ରାଥମିକ ତଦନ୍ତରୁ ନିହତ ଆତଙ୍କବାଦୀ ଲସ୍କର-ଇ-ତାଇବା ଓ ହିଜ୍‌ବୁଲ୍‌ ମୁଜାହଦ୍ଦିନ୍‌ର ବୋଲି ଜଣାପଡ଼ିଥିଲେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *