ଭାରତରେ କରୋନା ପରୀକ୍ଷଣ ୪ ଲକ୍ଷ ପାର୍, ୧୭ ହଜାର ୬୧୫ ପଜିଟିଭ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ସମଗ୍ର ଭାରତରେ ଏବେ ସୁଦ୍ଧା ୪ ଲକ୍ଷ ୧ ହଜାର ୫୮୬ ସରମ୍ପଲ୍ ପରୀକ୍ଷା କରାଯାଇଛି। ଏହି ସାମ୍ପଲ୍କୁ ଆର୍ଟି ପିସିଆର୍ ପ୍ରକ୍ରିୟାରେ ପରୀକ୍ଷଣ କରାଯାଇ ନିଶ୍ଚିତ କରୋନା ସଂକ୍ରମଣ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଆଇସିଏମ୍ଆର୍ ପକ୍ଷରୁ କୁହାଯାଇଛି।
ଦେଶର ବିଭିନ୍ନ ସ୍ଥାନରେ ଆଇସିଏମ୍ଆର୍ ଲ୍ୟାବ୍ ନିର୍ମାଣ କରାଯାଇଛି ଯାହା ମାଧ୍ୟମରେ ପରୀକ୍ଷଣକୁ ସର୍ବଶେଷ ବୋଲି ଗ୍ରହଣ କରାଯାଇଛି। ଏହି ସମୁଦାୟ ସାମ୍ପଲ୍ ୩ ଲକ୍ଷ ୮୩ ହଜାର ୯୮୫ଜଣଙ୍କଠାରୁ ସଂଗ୍ରହ କରାଯାଇଥିବା ଗୁହାଯାଇଛି। ସେଥିରୁ ୧୭୬୧୫ ଜଣଙ୍କ ଶରୀରରେ ସଂକ୍ରମଣ ନିଶ୍ଚିତ କରାଯାଇଛି।
ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ଲକ୍ଡାଉନ୍କୁ ଆଜିଠାରୁ କୋହଳ କରାଯାଇଥିବାରୁ ଜନ ଜୀବନ ଓ ବ୍ୟବସାୟ ସ୍ଵଭାବିକ ହେବା ଆଶା ରହିଛି। ତେେ ବଯେଉଁ ଅଞ୍ଚଳ ଗୁଡ଼ିକରେ ରେଡ୍ଜୋନ୍ ଚିହ୍ନିତ ସେଠାରେ ବ୍ୟବସ୍ଥା କଠୋର ରହିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରୁ ଭୟ ଦୂର କରିବା ତଥା କରୋନା ସଂକ୍ରମଣ ବାବଦରେ ନିଶ୍ଚିତ ହେବା ଲାଗି ତୁରନ୍ତ ପରୀକ୍ଷଣ କିଟ୍ ବ୍ୟବହାର କରାଯାଇ ମାହାମାରୀର ସଂପ୍ରସାରଣ ବାବାଦରେ ନିଶ୍ଚିତ କରାଯାଉଛି। ବିଭିନ୍ନ ସହର ଓ ହଟ୍ସ୍ପଟରେ ଏ ପ୍ରକ୍ରିୟା ଜାରି ରହିଛି।
୧୯ ତାରିଖ ରାତି ୯ଟା ସୁଦ୍ଧା ଆଇସିଏମ୍ଆର୍ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଦେଶରେ କରୋନା ରୋଗୀଙ୍କ ସଂଖ୍ରାରେ ୧୧୩୫ ନୂଆ ରୋଗୀ ସାମିଲ୍ ହୋଇଛନ୍ତି। ୨୭୮୨୪ ନମୁନା ୧୯ ତାରିଖରେ ପରୀକ୍ଷଣ କରାଯାଇଛି।