ସକାଳ ୮ଟାରେ ଭୋଟ ଗଣତି: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ
ଭୁବନେଶ୍ଵର, (ଓଟି): ରାଜ୍ୟର ୬୩ଟି ଗଣତି କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉଭୟ ଗଣତି କେନ୍ଦ୍ର ଓ ଷ୍ଟ୍ରଙ୍ଗ୍ରୁମ୍ରେ ତଅିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ପ୍ରଥମ ସୁରକ୍ଷା ବ୍ୟବସ୍ଥା ୩୬କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ରବଳ ହାତରେ ନ୍ୟସ୍ତ ରହିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୨୫୦ ରାଜ୍ୟ ସଶସ୍ତ୍ର ବଳ ସୁରକ୍ଷା ଦା୍ୟିତ୍ଵରେ ରହିବେ। ତୃତୀୟ ସ୍ତରର ସୁରକ୍ଷା ଜିଲ୍ଲା ପୁଲିସ ଏବଂ ହୋମ୍ଗାର୍ଡ଼ ହାତରେ ନ୍ୟସ୍ତ ରହିବ ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି।
ଇଭିଏମ୍ ଥିବା ଷ୍ଟ୍ରଙ୍ଗ୍ରୁମ୍ରେ ଆବଶ୍ୟକ ପରିମାଣରେ ସିସିଟିଭି ଲଗାଯାଇଛି। ସେହି ସିସିଟିଭିକୁ ଆବଶ୍ୟକ ପୁଲିସ ବାହିନୀ ଅହରହ ନଜରରେ ରଖିବେ। ସେଠାରେ ୩ ସିଫ୍ଟରେ ଭିଏଚ୍ଏଫ୍ ଯୋଗେ କର୍ମଚାରୀ ଯୋଗାଯୋଗ ପାଇଁ ମୁତ୍ତୟନ ରହିବେ। ପ୍ରତି ପ୍ରବେଶ ଏବଂ ପ୍ରସ୍ଥାନ ଦ୍ଵାରରେ ଭିଡିଓ କ୍ୟାମେରା ଲଗାଯାଇ ପ୍ରତିଟି ଆଗନ୍ତୁକଙ୍କ ବିବରଣୀ ରଖାଯିବ। ଜିଲ୍ଲା ଏସ୍ପି ମାନେ ନିୟମିତ ଭାବେ ଷ୍ଟ୍ରଙ୍ଗ୍ରୁମ୍ ବୁଲି ପୁଲିସ ମୁତ୍ତୟନ ଯାଞ୍ଚ କରିବାକୁ ଆଦେଶ ଦିଆଯାଇଛି।
ଠିକ୍ ସେହିପରି ଅଭିଜ୍ଞ ମହିଳା ଏବଂ ପୁରୁଷ ପୁଲିସ ଅଧିକାରୀଙ୍କୁ ଗଣତି କେନ୍ଦ୍ରରେ ମୁତ୍ତୟନ କରାଯାଇଛି। କୌଣସି ପ୍ରକାର ଇଲେକ୍ଟ୍ରୋନିକ ସାମଗ୍ରୀକୁ ଏହି ଗଣତି କେନ୍ଦ୍ରକୁ ନେବା ଏବଂ ସନ୍ଦେହ ଜନକ ଲୋକଙ୍କୁ ଅଟକ ରଖିବା ବ୍ୟବସ୍ଥା ହୋଇଛି।