ଭୁବନେଶ୍ଵରରେ ତୃତୀୟ #covid19 corona ପଜିଟିଭ୍ ଚିହ୍ନଟ
ଭୁବନେଶ୍ଵର, (ଓଟି): ଓଡ଼ିଶାରେ ଆଉଜଣେ କୋଭିଡ୍-୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହି ଆକ୍ରାନ୍ତ ଜଣକ ଭୁବନେଶ୍ଵରର ବୋଲି ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ଟ୍ବିଟ୍ ଯୋଗେ ଜଣାଇଛନ୍ତି। ରୋଗୀଙ୍କ ବୟସ ୬୦ ବର୍ଷ ହେବ। ଏବେ ତାଙ୍କ ସହ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେ ସମ୍ପର୍କରେ ପଚରା ଉଚରା ଜାରି ରହିଛି ବୋଲି ସ୍ଵାସ୍ଥ୍ୟ ବିଭାଗ ଜଣାଇଛି। ତେବେ ଏଥିରେ ଭ୍ରଭୀତ ନହୋଇ ରାଜ୍ୟବାସୀ ତାଲାବନ୍ଦୀକୁ ମାନନ୍ତୁ ଏବଂ ଘରେ ରହନ୍ତୁ ବୋଲି ବିଭାଗ ପକ୍ଷରୁ ଲୋକଙ୍କୁ କୁହାଯାଇଛି।
ଏହି ପଜିଟିଭ୍ ସଂଖ୍ରଶ ନିଶ୍ଚିତ ହେବା ଫଳରେ ରାଜ୍ୟର ସମୁଦାୟ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହ୍ୟ୍ଚିଛି। ପୂବରୁ ଯେଉଁ ଦୁଇଜଣଙ୍କୁ ଚିହ୍ନଟ କରାଯାଇଥିଲା ସେମାନେ ବିଦେଶ ଫେରନ୍ତା ଥିଲେ। ସେମାନଙ୍କ ଭିତରୁ ଜଣେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ଆଉ ଜଣେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି। ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ରାଜ୍ୟ ସରକାର ପ୍ରକାଶ କରିଛନ୍ତି।
ଅପରାହ୍ଣ ସାଢ଼େ ଚାରିଟା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ସୂଚନା ପ୍ରଦାନ ଭିଡିଓ ଷ୍ଟ୍ରିମିଂରେ କୁହାଯାଇଛି ଯେ, ରାଜ୍ୟରେ ସମୁଦାୟ ୧୬୪ଜଣଙ୍କ ସାମ୍ପଲ୍ ପରୀକ୍ଷଣ କରାଯାଇଥିଲା। ୩୫ ଜଣଙ୍କୁ ଏବେ ଆସୋଲେସନ୍ରେ ରଖାଯାଇଛି।