ତବ୍ଲିଘି ଜମାତ୍ ଯାଇଥିବା ୩୮୯ କରୋନା ପଜିଟିଭ୍, ୨୦୦୦ ହସ୍ପିଟାଲ୍ରେ
ଭୁବନେଶ୍ଵର, (ଓଟି): ଭାରତରେ କରୋନା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ମହାମାରୀ ବ୍ୟାପିଥିବା ସମୟରେ ଏକ ଧାର୍ମିକ ସମାବେଶ ଦେଶକୁ ବିପଦ ମୁହଁକୁ ଠେଲି ଦେଇଛି ।ଏହି ସମାବେଶରେ ଯୋଗ ଦେଇଥିବା ୨ହଜାରରୁ ଅଧିକ ଲୋକଙ୍କୁ ହସ୍ପିଟାଲ୍ରେ କରୋନା ସନ୍ଦିଗ୍ଧ ଭାବେ ରଖାଯାଇ ଚିକିତ୍ସା କରାଯାଉଛି। ସେମାନଙ୍କ ଭିତରୁ ବୁଧବାର ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ୩୮୯ଜଣଙ୍କଠାରେ କୋଭିଡ୍-୧୯ କରୋନା ଭୁତାଣୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ଭାରତ କରୋନା ପଜିଟିଭ୍ଙ୍କ ସଂଖ୍ୟା ନିଆଁ ଭଳି ଆଗକୁ ମାଡ଼ି ଚାଲିଛି। ଏହି ସଂଖ୍ୟା ୮ ହଜାରରେ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି। ପୁଣି ସମଗ୍ର ଦେଶରେ ଜମାତ୍ ଫେରନ୍ତା ଙ୍କ ଭିତରୁ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ସେଥିରେ ୧୩ଜଣ ଭାରତୀୟ ଥିବାବେଳେ ୩ ଜଣ ବିଦେଶୀ ନାଗରିକ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
କେନ୍ଦ୍ର ସରକାର ପ୍ରତି ରାଜ୍ୟ ସରକାରଙ୍କୁ ଜମାତ ଫେରନ୍ତାଙ୍କୁ ଚିହ୍ନଟ କରିବାକୁ ଆଦେଶ ଦେଶଛନ୍ତି। ଏହା ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରିବାକୁ କୁହାଯାଇଛି।
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୬୪୯। ଏମାନଙ୍କ ବାଦ୍ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ୧୪୩ଜଣ ବିଭିନ୍ନ ହସ୍ପିଟାଲ୍ରୁ ଆରୋଗ୍ୟଲାଭ କରି ଘରକୁ ଫେରିଛନ୍ତି।
କିନ୍ତୁ ଯେଉଭଳି ଭାବେ ତେଲେଙ୍ଗାନା, ମହାରାଷ୍ଟ୍ର, ତାମିଲ୍ନାଡ଼ୁରେ ତବଲିଘି ଜମାତ ଫେରନ୍ତାଙ୍କଠାରେ କରୋନା ଭୁତାଣୁକୁ ଚିହ୍ନଟ କରାଯାଉଛି ତାହା ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହି ସଂଖ୍ୟା ଦେଶର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟାର ୨୦ ପ୍ରତିଶତ। ଏହି ତବ୍ଲିଘି ଫେରନ୍ତାଙ୍କ ଭିତରୁ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ତେଲେଙ୍ଗାନାରେ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ହୋିଥିବାବେଳେ ଦିଲ୍ଲୀରେ୨, ଜାମ୍ମୁ କଶ୍ମୀରରେ ୨, ମହାରାଷ୍ଟ୍ରରେ ୨, ଆନ୍ଧ୍ୟପ୍ରଦେଶରେ ୧, ଗୁଜରାଟରେ ୧, କଣ୍ଣାଟକାରେ ୧ ଏବଂ ବିହାରରେ ୧ ଜଣଙ୍କ ମୃତ୍ୟୁ ହୋଇଛି।
ଦିଲ୍ଲୀରେ ସମୁଦାୟ ୨୩୪୬ ଜଣ ପ୍ରତିନିଧି ଏହି ଜମାତ୍ ବା ସମାବେଶରେ ଯୋଗ ଦେଇଥଇଲେ। ସେମାନଙ୍କ ଭିତରୁ ୫୩ଜଣଙ୍କୁ କରୋନା ପଜିଟିଭ୍ ବୋଲି ଚଚହ୍ନଟ କରାଯାଇଥିବା କେବଳ ତାମିଲନାଡ଼ୁର ୧୫୦୦ ଜମାତ୍ ଫେରନ୍ତାଙ୍କ ଭିତରୁ ୧୯୦ଜଣ ଏବଂ କଣ୍ଣାଟକାର ୧୫୦୦ ଫେରନ୍ତାଙ୍କ ଭିତରୁ ୨ଜଣଙ୍କଠାରେ କରୋନା ସଂକ୍ରମଣ ଚିହ୍ନଟ କରାଯାଇଛି।
ଓଡ଼ିଶାରେ ୨୨ ଜଣ ବି ଏହି ସନ୍ଦିଗ୍ଧଙ୍କ ଭିତରେ ସାମିଲ୍ ରହିଛନ୍ତି। ଏଥିରେ ୭ ଜଣ ବିଦେଶୀ ନାଗରିକ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।