ବିଦେଶରେ ୩୩୩୬ ଭାରତୀୟ କରୋନା ଆକ୍ରାନ୍ତ, ୨୫ ମୃତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବିଦେଶରେ ଥିବା ଭାରତୀୟମାନେ କରୋନା ଆକ୍ରାନ୍ତରେ ଯଥେଷ୍ଟ ପ୍ରଭାବିତ ହୋଇଛନ୍ତି। ୫୩ଟି ଦେଶରେ ୩୩୩୬ ଜଣ ଭାରତୀୟ କରୋନା ପଜିଟିଭ୍ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ଭିତରୁ ୨୫ଜଣଙ୍କ ପ୍ରାଣ ଯାଇଛି। କୁଲତ୍ ଓ ସିଙ୍ଗାପୁରରେ ସବୁଠାରୁ ଅଧିକ ଭାରତୀୟ ଆକ୍ରାନ୍ତ ହୋିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ତଥ୍ୟ ଅନୁସାରେ ମହାମାରୀ ଦ୍ଵାରା କୁଏତ୍ରେ ପ୍ରଭାବିତ ଲୋକଙ୍କ ଭିତରୁ ୭୮୫ଜଣ ଭାରତୀୟ ହୋଇଥିବାବେଳେ ସିଙ୍ଗାପୁରରେ ୬୩୪ଜଣ ଏବଂ କତାରରେ ସମୁଦାୟ ସଂକ୍ରମିତଙ୍କ ଭିତରୁ ୪୨୦ ଜଣ ହେଉଛନ୍ତି ଭାରତୀୟ। ଇରାନ୍ରେ ୩୦୮ଜଣ ସଂକ୍ରିତ ହୋଇଥିବା ସୂଚନା ମିଳିଥିବା ବେଳେ ୟୁଏଇରେ ୨୩୮ଜଣ, ସାଉଦି ଆରବରେ ୧୮୬, ଓମାନରେ ୨୯୭ ଏବଂ ବାହାରିନ୍ରେ ୧୩୫ଜଣ ଭାରତୀୟ କରୋନା ଆକ୍ରାନ୍ତ ହୋଇଛନ୍ତି।
ସେହିପରି ଇଟାଲୀରେ ସଂକ୍ରମିତ ଭାରତୀୟଙ୍କ ସଂଖ୍ୟା ୯୧ ହୋଇଥିବା ବେଳେ ମାଲେସିଆରେ ୩୭, ପର୍ତ୍ତୁଗାଲ୍ରେ ୩୬, ଘାନାରେ ୨୯, ଆମେରିକାରେ ୨୪, ସ୍ଵିଜରଲ୍ୟାଣ୍ଡରେ ୧୫ ଏବଂ ଫ୍ରାନ୍ସରେ ୧୩ଜଣ ଭାରତୀୟ କରୋନା ପୀଡ଼ିତ।
ଅନ୍ୟ ଦେଶମାନଙ୍କ ଭଳି ଏହିସବୁ ଦେଶମାନଙ୍କରୁ ପ୍ରଭାବିତଙ୍କୁ ଭାରତ ଫେରାଇ ଆଣିବାରେ ଭାରତ ଏଡ଼ାଇ ଯାଇଛି। ଏହଛଡ଼ା ସେହି ଦେଶମାନଙ୍କରେ ଥିବା ଇଣ୍ଡିଆନ୍ ମିଶନ୍ ଅଧିକାରୀଙ୍କୁ ପ୍ରଭାବିତଙ୍କ ବାବଦରେ ତଥ୍ୟ ସଂଗ୍ରହ ସହ ସେମାନଙ୍କୁ ସ୍ଥାନୀୟ ଅଧିକାରୀଙ୍କ ସହା୍ରତାରେ ଚିକିତ୍ସା ବ୍ୟବସ୍ଥା ପହଞ୍ଚାଇବା ଲାଗି ସରକାର ନିର୍ଦେଶ ଦେଇଛନ୍ତି।