ଜାଣି ରଖନ୍ତୁ କେଉଁ ୩୩ ଖଣି ଲିଜ୍ଧାରୀ ଜଙ୍ଗଲ ନିୟମ ଉଲ୍ଲଙ୍ଘନ କରିଛନ୍ତି
ଭୁବନେଶ୍ଵର (ଓଟି): ରାଜ୍ୟରେ ୩୩ଟି ଖଣି ପଟ୍ଟଦାର ଉତ୍ପାଦନ ପାଇଁ ସବୁ ପ୍ରକାର ନିୟମଜ ଜଳାଞ୍ଜଳି ଦେଇଛନ୍ତି। ଜଙ୍ଗଲ ସଂରକ୍ଷଣ ଆଇନ ଏହାଦ୍ଵାରା ଉଲ୍ଲଙ୍ଘନ ହୋଇଛି। ଏମାନଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷତ୍ଠାନ ନେଇଛନ୍ତି ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବିଧାନସଭାରେ ସୂଚନା ଦେଇଛନ୍ତି। ଖାଲି ସେତିକି ନୁହେଁ ଏସବୁ କମ୍ପାନୀ ଆଇନ ବହିର୍ଭୁତ କାମ କରି ଜଙ୍ଗଲ ନଷ୍ଟ କରି ଖଣିଜ ମଧ୍ୟ ଉତ୍ତୋଳନ କରିଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି।
ଏହି ୩୩ଟି ନିୟମ ଉଲ୍ଲଙ୍ଘନକାରୀ ଖଣି ପଟ୍ଟଦାରମାନେ ହେଉଛନ୍ତି, ବଣାଇ ଜଙ୍ଗଲ ଡିଭିଜନ୍ ଅନ୍ତର୍ଗତ ତନ୍ତ୍ର ଲୁହା ଖଣି, ଓଡ଼ିଶା ଖଣି ନିଗମର କୁର୍ମିତର ଓ କୋଇରା-କାସିରା ଲୁହା ଖଣି, ଏସେଲ୍ ମାଇନିଂର କୋଇରା ଖଣି, ଜେଏନ୍ ପଟ୍ଟନାୟକଙ୍କ ଭଞ୍ଜପାଲି ଲୁହାଖଣି, ପ୍ରବୋଧ ମହାନ୍ତିଙ୍କ ଗୋନୁଆ ଲୁହା ଓ ମାଙ୍ଗାନିଜ୍ ଖଣି, କଳମାଙ୍ଗ, ଜଳଡିହି, ସିଡ଼ିମ୍ବା, ତଣ୍ଟିଗ୍ରାମ ( କେଜେଏସ୍ଟି) ଏୁହା ଓ ମାଙ୍ଗାନିଜ ଖଣି, ଏମ୍ଜି ମହାନ୍ତିଙ୍କ ପାଟବେଡ଼ା ଲୁହା ଓ ମାଙ୍ଗାନିଜ ଖଣି , ଏସ୍ଏନ୍ ମହାନ୍ତିଙ୍କ ରାଇକେଲା ଲୁହାଖଣି, ଏସ୍ଡି ଶର୍ମାଙ୍କ ରାଇକେଲା ଲୁହାଖଣି, ନ୍ୟାସନାଲ୍ ଏଣ୍ଟରପ୍ରାଇଜ୍ଙ୍କ ସାନ୍ ଇନ୍ଦୁପୁର ଓ ମାଙ୍ଗାନିଜ୍ ଖଣି ଏବଂ ରାଇକେଲା ଲୁହାଖଣି, ରୁଙ୍ଗ୍ଟାଙ୍କ ଓରାଘାଟ ଲୁହା ଖଣି, କାନ୍ଥେର କୋଇରା ମାଙ୍ଗାନିଜ୍ ଖଣି, କାଳମାଙ୍ଗ ମାଙ୍ଗାନିଜ୍ ଖଣି, ସାନ ଇନ୍ଦୁପୁର ଲୁହା ଓ ବକ୍ସାଇଟ୍ ଖଣି, ବିଆଇସିଏଲ୍ଙ୍କ ନିଧି ଲୁହା ଓ ମାଙ୍ଗାନିଜ୍ ଖଣି, କୁସୁମନିଧି ମାଙ୍ଗାନିଜ୍ ଓ ବକ୍ସାଇଟ୍ ଖଣି; ଏଏମ୍ଟିସିଙ୍କ ମହୁଲ ସୁଖା ମାଙ୍ଗାନିଜ ଖଣି, ନାରାୟଣପୋଷୀ ଲୁହାଓ ମାଙ୍ଗାନିଜ୍ ଖଣି, ଓମ୍ ପ୍ରାଇଭେଟ୍ ଲିମିଟେଡ୍ଙ୍କ କୁସୁମନିଧି ମାଙ୍ଗାନିଜ ଖଣି, ଓରାହୁରି ମାଙ୍ଗାନିକ ଖଣି, ପାଟମୁଣ୍ଡା ମାଙ୍ଗାନିଜ୍ ଖଣି, ଏସ୍ଏ ହଲିମ୍ଙ୍କ ଓରାଘାଟ ଲୁୖା ଓ ମାଙ୍ଗାନିଜ୍ ଖଣି, ଏସ୍ଡି ଶର୍ମାଙ୍କ ନୂଆଗାଁ ଲୁହା ଓ ମାଙ୍ଗିନିଜ୍ ଖଣି, ଫ୍ରିଗ୍ରେଡ୍ କମ୍ପାନୀର ସରକୁଣ୍ଡା ଲୁହା ଓ ମାଙ୍ଗାନିଜ୍ ଖଣି, ମାତାଦିନ୍ ସାରଦାଙ୍କ ଖଜୁର ଡିହ ଓ ବେଲ୍ଡିହ ମାଙ୍ଗନିଜ୍ ଖଣି ପ୍ରଭୃତି ୨୮ଟି ଖଣଇ ଅନ୍ତର୍ଭୁକ୍ତ।
ସେହିପରି କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଥିବା ଅର୍ଜୁନ୍ ଲାଧାଙ୍କ ବଳଗୁଣ୍ଡା ଏୁହା ଓ ମାଙ୍ଗାନିଜ୍ ଖଣି, ରାମ ବାହାଦୂର ଠାକୁରଙ୍କ କଟାସାହି ରୁଡ଼ୁକେଲା ମାଙ୍ଗାନିଜ୍ ଖଣି ଏବଂ ବିକେ ମହାନ୍ତିଙ୍କ ଉଲିବୁରୁ ଲୁହା ଖଣି ମଧ୍ୟ ଜଙ୍ଗଲ ଆଇନକୁ ବ,ି ଦେି ଖଣିଜ ଖନନରେ ଲିପ୍ତ ଥିବା ବିଭାଗ ପକ୍ଷରୁ କୁହାଯାଇଛି।
ରାଇରଙ୍ଗପୁର ବନଖଣ୍ଡରେ ଘନଶ୍ୟାମ ମିଶ୍ରଙ୍କ ଗୋରୁ ମହିଷାଣି ଲୁହାପଥର ଖଣି ଏବଂ ଲାଲ୍ ଟେଡର୍ସଙ୍କ ବାଦାମ ପାହାଡ଼ ଲୁହାପଥର ଖଣି ମଧ୍ୟ ଓଡ଼ିଶା ବନ ଆଇନ ୧୯୭୨ ଏବଂ ଜଙ୍ଗଲ ସଂରକ୍ଷଣ ଅଧିନିୟମ ୨୦୦୩କୁ ଉଲ୍ଲଙ୍ଘନ କରି ଅତ୍ୟଧିକ ଖନନ କରିଥିବା ବିଭାଗ ତଥ୍ୟ ହାସଲ କରିଥିବା ମନ୍ତ୍ରରୀ ସୂଚନା ଦେଇଚନ୍ତି। ଆଇନ ଅନୁସାରେ ଏହିପରି ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଅାବଶ୍ୟକ କାର୍ଯ୍ୟାନୁଷ୍ଠାନ ନିହାଯାଇଥିବା ସେ କହିଛନ୍ତି।