ଜୁଲାଇ୨୪ରେ ଶେଷ ହେବ ସମସ୍ତ +୩ ପରୀକ୍ଷା ପରୀକ୍ଷା
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ଜୁଲାଇ୨୪ ସୁଦ୍ଧା ଶେଷ ହେବ ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା। ଜୁନ୍ ୨୦ ଜାରିଖରୁ ଏହି ପରୀକ୍ଷା ଆରମ୍ଭ ହେବ। ପରୀକ୍ଷରଫଳ ଅଗଷ୍ଟ ୩୧ରେ ପ୍ରକାଶ ପାଇବ। ସେହିପରି ପୋଷ୍ଟ ଗ୍ରାଜୁଏସନ୍ ( ପିଜି) ଶେଷ ବର୍ଷ ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ ହେବ। ପରୀକ୍ଷାଫଳ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ। ଓଡ଼ିଶାର ବିଶ୍ଵବିଦ୍ୟାଳୟମାନଙ୍କ କୁଳପତିଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା ପରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି।
ଏହାକୁ ଦୃଷ୍ଟିରେ ରଖି ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଗୁରୁବାରଠାରୁ ବିଶ୍ୱବିଦ୍ୟାଳୟ ଓ ଅଟୋନୋମୋସ କଲେଜଗୁଡ଼ିକରେ କାମ ଆରମ୍ଭ ହେବ।
ଆଜି ରାଜ୍ୟ ବିଶ୍ଵବିଦ୍ୟାଳର କୁଳପତିମାନଙ୍କ ବୈଠକ ହୋଇଥିଲା। ଏଥିରେ ୧୧ଟି ବିଶ୍ଵବିଦ୍ୟାଳୟର କୁଳପତି ଯୋଗ ଦେଇଥିଲେ। ଏହି ବୈଠକରେ ଆସନ୍ତା ଶିକ୍ଷା ବଷ ଆରମ୍ଭ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ରେ ପାଠ୍ୟପୁସ୍ତକ ଉପଲବ୍ଧ କରିବା ନେଇ ଆଲୋଚନା ହୋଇଥିଲା। ଏଥର ପିଜି ଆଡମିସନ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ହେବ।
ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶାଶ୍ଵତ ମିଶ୍ରଙ୍କ ସହ ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଏବଂ ଓଡ଼ିଶା ମୁକ୍ତ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀ ଡ. ସାହୁ ଲୋକସେବା ଭବନରେ ଉପସ୍ଥିତ ଥିଲେ।