୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ ପାଇଁ ମନୋନୟନ ଆହ୍ବାନ

ଭୁବନେଶ୍ଵର: ଅଗ୍ରଣୀ ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ବିଗତ ବର୍ଷ ଭଳି ୨୦୧୯ରେ ମଧ୍ୟ ବହୁ ପ୍ରତୀକ୍ଷିତ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ଏଥିପାଇଁ ବରିଷ୍ଠ ବର୍ଗରେ ବିଭିନ୍ନ ବିଭାଗ ପାଇଁ ମନୋନୟନ ଆହ୍ବାନ କରାଯାଇଛି।

ଚଳିତ ମାସ ୨୮ ତାରିଖରେ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସାହିତ୍ୟ, ସମାଜସେବା, ଶିକ୍ଷା, ସ୍ବାସ୍ଥ୍ୟ, ସଂଗୀତ, କଳା, ନୃତ୍ୟ, ସିନେମା, ସାମ୍ବାଦିକତା, କ୍ରୀଡ଼ା ଭଳି ମୋଟ ୨୦ଟି ବିଭାଗରେ ଏହି ସମ୍ମାନ ଦିଆଯିବ ବୋଲି ଓଡ଼ିଆ ମିଡିଆ ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ଜଣାଇଛନ୍ତି। ୪୫ ବର୍ଷରୁ ଅଧିକ ବୟସର ସଫଳ, ପ୍ରସିଦ୍ଧ ତଥା ଅଣଦେଖା ହୋଇ ରହିଥିବା ୨୦ ଜଣ ପ୍ରତିଭା ଓ ଅନୁଷ୍ଠାନକୁ ଏହି ସମ୍ମାନ ପ୍ରଦାନ କରାଯାଏ ବୋଲି ସେ କହିଛନ୍ତି। ଓଡ଼ିଶାରେ ରହୁଥିବା ବା ଓଡ଼ିଶା ବାହାରେ ଥିବା ଓଡ଼ିଆ ବା ଓଡ଼ିଶାରେ ଦୀର୍ଘ ୨୦ ବର୍ଷରୁ ଅଧିକ କାଳ କାର୍ଯ୍ୟ କରି ଉଦାହରଣ ସାଜିଥିବା ବ୍ୟକ୍ତି ବା ଅନୁଷ୍ଠାନଙ୍କ ନାମ ଏହି ସମ୍ମାନ ପାଇଁ ଆବେଦନ କରାଯାଇ ପାରିବ।

ନୋମିନେସନ୍‌ ଫର୍ମ ଅନ୍‌ଲାଇନ୍‌ରେ ଉପଲବ୍ଧ ଓ www.odishastory.com ଓ୍ବେବ୍‌ସାଇଟ୍‌କୁ ଯାଇ ଯେ କେହି ଏହାକୁ ଡାଉନଲୋଡ୍‌ କରିପାରିବେ ବୋଲି ସେ କହିଛନ୍ତି। ମନୋନୟନ ଦାଖଲର ଅନ୍ତିମ ତାରିଖ ରହିଛି ୧୭ ନଭେମ୍ବର ୨୦୧୯। ମନୋନୟନ ପତ୍ରକୁ odishaexcellenceaward@gmail.com ମେଲ୍‌ ଆଇଡି ବା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍, ଏନ୍-୬/ ୨୭୭, ଆଇଆର୍‌ସି ଭିଲେଜ୍ପ, ଭୁବନେଶ୍ବର-୭୫୧୦୧୫, ଫୋନ୍‌-୦୬୭୪୨୩୬୦୨୦୩ ଠିକଣାରେ ପଠାଇପାରିବେ। ଏହା ପରେ ବିଗତ ବର୍ଷର ପୁରସ୍କୃତ ବ୍ୟକ୍ତିତ୍ବଙ୍କୁ ନେଇ ଗଠିତ ଏକ ବିଚାରକ ମଣ୍ଡଳୀ ଦ୍ବାରା ଚୟନ କରାଯାଇ ଚୂଡ଼ାନ୍ତ ପୁରସ୍କାର ତାଲିକା ପ୍ରକାଶ ପାଇବ ବୋଲି ଶ୍ରୀ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଧିକ ବିବରଣୀ ପାଇଁ ଉପରୋକ୍ତ ଓ୍ବେବ୍‌ସାଇଟ୍‌କୁ ଯିବା ସହ ଓଡ଼ିଆ ମିଡିଆର ଲୋକସମ୍ପର୍କ ସହ ପ୍ରବନ୍ଧକ ସୂଚୀସ୍ମିତା ସାହୁଙ୍କୁ suchi.odiamedia@gmail.com ବା ୭୦୦୮୩୭୬୫୭୩ ନମ୍ବରରେ ଯୋଗାଯୋଗ କରିପାରିବେ।

Leave a Reply

Your email address will not be published. Required fields are marked *