୨୭ ଲକ୍ଷ ୪୯ ହଜାର ଟଙ୍କା ଫୋପାଡି ଫେରାର ହେଲା ଅଡି କାର

ରାତି ପାହିଲେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଥିବା ବେଳେ ଟଙ୍କା କାରବାର ସନ୍ଦେହ ନେଇ ରାଜ୍ୟ ପୁଲିସ ଦ୍ୱାରା ଗଠିତ ସ୍ପେଶାଲ ସ୍କ୍ଵାର୍ଡ ଅଧିକ ତତ୍ପର ହୋଇଯାଇଛି। ସ୍ପୋଶାଲ ସ୍କ୍ଵାର୍ଡ ବୁଧୁବାର ପୂର୍ବାହ୍ଣରେ ୨୭ ଲକ୍ଷ ୪୯ ହଜାର ୫୦୦ ଟଙ୍କା ଜବତ କରିଛି। ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏହି ଟଙ୍କା ଗାଡ଼ି ଯାଞ୍ଚ ବେଳେ ପୁଲିସ ଜବତ କରିଛି।

ଟିମ୍‌ ଆଜି ବିସ୍ରା ଥାନା ଅନ୍ତର୍ଗତ ବୀରମିତ୍ରପୁର ଆସନର ମହୀପାଳ ଛକରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ ନମ୍ବର ବିହୀନ କାର ୨୭ ଲକ୍ଷ ୪୯ ହଜାର ୫୦୦ ଟଙ୍କା ଡ୍ରେନ୍‌ରେ ଫିଙ୍ଗି ଦେଇ ଝାଡଖଣ୍ଡ ଅଭିମୁଖେ ଫେରାର ହୋଇଯାଇଥିଲା।


ପୁଲିସ କହିଛି, ଏକ ଧଳା ଅଡି କାର୍‌ରେ ଟଙ୍କା ଯାଉଥିଲା। କାର୍‌ ଭିତରେ ୨ ଜଣ ବ୍ୟକ୍ତି ଥିଲେ। ସେମାନେ ଧରାପଡ଼ିଯିବା ଭୟରେ ଟଙ୍କା ଫିଙ୍ଗି ଚାଲି ଯାଇଥିଲେ। ଟଙ୍କା ଗୁଡ଼ିିକ ଉଦ୍ଧାର କରାଯିବା ପରେ ପାନ୍‌ପୋଷସ୍ଥିତ ଷ୍ଟ୍ରଙ୍ଗ୍‌ରୁମ୍‌ରେ ଜମା କରାଯାଇଛି। ଫେରାର ଡ୍ରାଇଭରକୁ ଧରିବା ପାଇଁ ପୁଲିସ ଯାଞ୍ଚ କରୁଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି


Leave a Reply

Your email address will not be published. Required fields are marked *