ଆସନ୍ତା କାଲିଠୁ ଟିଡିଏସ୍ରେ ୨୫ ପ୍ରତିଶତ ଛାଡ଼
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଆସନ୍ତା କାଲିଠୁ ଟିଡିଏସ୍ କାଟ୍ରେ ରିହାତି ମିଳିବ। ମୂଳ ପେମେଣ୍ଟ ଉପରେ ଯେଉଁ ଟିକସ ଦେବାକୁ ପଡ଼ୁଥିଲା ତାହାର ୨୫ ପ୍ରତିଶତ ଦେବାକୁ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରଧାନମନ୍ତ୍ରୀଙକ୍ କରୋନା ମୁକାବିଲା ପ୍ୟାକେଜ୍ ଘୋଷଣା କରିବା ବେଳେ ଏହିୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆସନ୍ତା କାଲିଠାରୁ ମାର୍ଚ ୨୦୨୧ ଯାଏ ଟିଡିଏସ୍ ଉପରେ ୨୫ ପ୍ରତିଶତ ଛାଡ଼ କରାଯାଇଛି। ସମସ୍ତ ପେମେଣ୍ଟ, ପ୍ରଫେସନାଲ୍ ଫି’ ପାଇଁ ଏହା ଲାଗୁ ହେବ। ଏହାଦ୍ଵାରା ୫୦ ହଜାର କୋଟି ଟଙ୍କା ଏ ଲୋକଙ୍କ ପାଖରେ ରହିବ। ନ ହୋଇଥିଲେ ତାହା ସରକାରଙ୍କ ପାଖକୁ ଆସିଥାଆନ୍ତା।
ଅଣ ଦରମାଭୁକ୍ତ ପ୍ରଫେସନାଲଙ୍କ ପାଇଁ ଏହା ଲାଭଦାୟକ ହେବ। ସେହିପରି ସମସ୍ତ ରିଫଣ୍ଡ ମଧ୍ୟ ତତ୍କ୍ଷଣାତ୍ କରିବା ଲାଗି ସରକାର ନିର୍ଦେଶ ଦେଇଛନ୍ତି। ଚ୍ୟାରିଟେବଲ୍ ଟ୍ରଷ୍ଟ ହେଉ ବା କମ୍ପାନୀ ଅଥବା ଫାର୍ମ ଏଥିରୁ ଲାଭ ପାଇବେ।
୨୦୧୯-୨୦୨୦ର ଆର୍ଥିକ ବର୍ଷକୁ ୩୧ ଜୁଲାଇ ୨୦୨୦ ଏବଂ ୩୧ ଅକ୍ଟୋବର ୨୦୨୦ ରୁ ୩୦ ନଭେମ୍ବର ୨୦୨୦ ସମ୍ପ୍ରସାରଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।