ମୁମ୍ବାଇ ପରେ ଚେନ୍ନାଇ: ୨୫ ସାମ୍ବାଦିକ କରୋନା ସଂକ୍ରମିତ

ଚେନ୍ନାଇ(ଓଟି): ମହାମାରୀ କରୋନା ତାର କାୟା ମେଲାଇ ଚାଲିଛି। ବିଭିନ୍ନ ବର୍ଗ ଓ କ୍ଷେତ୍ରକୁ ଛୁଇଁବାରେ ଲାଗିଛି ମାରାତ୍ମକ ଭୂତାଣୁ। ଫଳରେ ଦେଶରେ ସମସ୍ୟା ବଢ଼ିଯାଇଛି ଓ ସାଧାରଣରେ ଭୟ ଖେଳି ଯାଇଛି। ଏହିକ୍ରମରେ କରୋନାକୁ ହରାଇବା ପାଇଁ ଲଢ଼େଇ କରୁଥିବା ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହୋଇପଡୁଥିବା ଜଣାପଡ଼ିଛି। ପୂର୍ବରୁ ଡାକ୍ତର, ପୁଲିସ୍‌ ପ୍ରମୁଖ ଯୋଦ୍ଧାମାନେ କରୋନା କବଳରେ ପଡ଼ିଥିବାବେଳେ ସମ୍ପ୍ରତି ସାମ୍ବାଦିକମାନେ ସଂକ୍ରମଣର ଶୀକାର ହୋଇଛନ୍ତି। ମୁମ୍ବାଇରେ ସାମ୍ବାଦିକମାନେ କରୋନା ସଂକ୍ରମିତ ହେବା ପରେ ଦେଶର ଅନ୍ୟତମ ମହାନଗରୀ ଚେନ୍ନାଇରେ ୨୫ ସାମ୍ବାଦିକ ଏହି ମାରାତ୍ମକ ଭୂତାଣୁର କବଳରେ ପଡ଼ିଯାଇଛନ୍ତି।

ସୂଚନା ଅନୁସାରେ ଚେନ୍ନାଇର ଏକ ନ୍ୟୁଜ୍ ଚ୍ୟାନେଲର ୨୫ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଏହି ସୂଚନା ଦିଆଯାଇଛି। ୨୫ କରୋନା ପଜିଟିଭଙ୍କ ମଧ୍ୟରେ ବହୁ ପତ୍ରକାର, କ୍ୟାମେରାମ୍ୟାନ୍ ଓ ଅନ୍ୟ ଲୋକ ସାମିଲ ଅଛନ୍ତି। ସମ୍ପୃକ୍ତ ଚ୍ୟାନେଲର ପ୍ରାୟ ୯୪ ଜଣଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ୨୫ ଜଣଙ୍କର ପଜିଟିଭ୍ ଆସିଥିଲା। ଏହି କାରଣରୁ ଚ୍ୟାନେଲର ଲାଇଭ୍ ପ୍ରୋଗାମକୁ ବନ୍ଦ କରାଯାଇଛି ଏବଂ ସମ୍ପୃକ୍ତ ଲୋକମାନଙ୍କୁ କ୍ୱାରେଣ୍ଟାଇନରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *