ଇରାନ୍‌-ଆମେରିକା ମୁହାମୁହିଁ: ଭାରତରୁ ୨୪୧୫ କୋଟି ପୁଞ୍ଜି ପ୍ରତ୍ୟାହାର


ନୂଆଦିଲ୍ଲୀ: ଚଳିତ ମାସର ବର୍ତ୍ତମାନ ସୁଦ୍ଧା ବିଦେଶୀ ପୋର୍ଟଫୋଲିଓ ନିବେଶକାରୀ (ଏଫ୍ପିଆଇ)ଙ୍କ ଦ୍ୱାରା ଭାରତୀୟ ଷ୍ଟକ୍ ବଜାରରୁ ମୋଟ ୨୪୧୫ କୋଟି ପ୍ରତ୍ୟାହାର କରିନିଆଯାଇଛି । ଇରାନ ଓ ଆମେରିକା ମଧ୍ୟରେ ଦେଖାଯାଇଥିବା ଉତ୍ତେଜନାକୁ ନେଇ ବିଶ୍ୱସ୍ତରରେ ନିବେଶକାରୀମାନେ ଆଶଙ୍କିତ ହୋଇପଡ଼ିଥିଲା ବେଳେ ଭାରତୀୟ ଷ୍ଟକ୍ ବଜାର ଉପରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ତେବେ ପରେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିଥିଲା । ଚଳିତ ଜାନୁଆରୀ ମାସର ବର୍ତ୍ତମାନ ସୁଦ୍ଧା ଏଫ୍ପିଆଇମାନଙ୍କ ଦ୍ୱାରା ଇକ୍ୱିଟିରେ ମୋଟ ୭୭୭ କୋଟି ଟଙ୍କା ବିନିଯୋଗ କରାଯାଇଥିଲା ବେଳେ ସେମାନଙ୍କ ଦ୍ୱାରା ବିଭିନ୍ନ କମ୍ପାନୀରୁ ୩୧୯୨.୭ କୋଟି ଟଙ୍କା ପ୍ରତ୍ୟାହାର କରିନିଆଯାଇଛି ବୋଲି ସର୍ବଶେଷ ତଥ୍ୟରୁ ଜଣାପଡ଼ିଛି । ୨୦୧୯ ସେପ୍ଟେମ୍ବରଠାରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ନିବେଶକାରୀମାନେ ସର୍ବାଧିକ ପୁଞ୍ଜି ବିନିଯୋଗ କରିଥିବା ବେଳେ ୨୦୨୦ ଜାନୁଆରୀରେ ସର୍ବାଧିକ ପୁଞ୍ଜି ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *