ନୌବାହିନୀରେ କରୋନା: ଭାରତୀୟ ନୌସେନାର ୨୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଭାରତୀୟ ନୌସେନାକୁ କରୋନା ଛୁଇଁଛି। ୨୧ଜଣ ନୌସେନା ସେଲରଙ୍କ ଶରୀରରେ କରୋନା ଭୁତାଣୁ ସଂକ୍ରମଣ କରିଥିବା ସୂଚନା ମିଳିଛି। ଅଧିକାଂଶଙ୍କ ପାଖରେ କୌଣସି ପ୍ରାଥମିକ ଲକ୍ଷଣ ଦେଖିବାକୁ ମିଳି ନାହିଁ। ଜଣେ ସେଲ୍‌ରଙ୍କଠାରୁ ଏହି ଭୁତାଣୁ ସଂକ୍ରମଣ ହୋଇଥିବା ନୌସେନା ପ୍ରାଥମିକ ସମ୍ପର୍କ ଚିହ୍ନଟ ପ୍ରକ୍ରିୟାରୁ ଜାଣିବାକୁ ପାଇଛି ବୋଲି ନୌସେନା ମୁଖପାତ୍ର ବିବେକ୍‌ ମାଧ୍ୱାଲ୍‌ କହିଛନ୍ତି।

ମୁମ୍ବାଇର ସମୁଦ୍ର ଭିତରେ ଥିବା ଆଇଏନ୍‌ଏସ୍‌ ଆଙ୍ଗେ୍ରରେ ଏହି ସଂକ୍ରମଣ ହୋଇଥିବା ନଜରକୁ ଆସିଛି। ୭ ଏପ୍ରିଲ୍‌ ଦିନ ଏହି ସେଲର ପଜିଟିଭ୍‌ ଜଣାପଡ଼ିଥିଲେ। ପରେ ତାଙ୍କ ସହ ସମ୍ପର୍କ ଥିବା ସମସ୍ତଙ୍କୁ ସତର୍କ କରାଯାଇ ଟେଷ୍ଟିଂ ଆରମ୍ଭ କରାଯାଇଥିଲା ଏଥିରେ ୨୧ ଜଣଙ୍କୁ ଚିହ୍ନଟ କରାଯାଇଛି। ଏ ସମସ୍ତଙ୍କୁ ଆଇଏନ୍‌ଏସ୍‌ ଆଙ୍ଗ୍ରରେ ଆବାସିକ ବ୍ଲକ୍‌ରେ ରହିବାକୁ କୁହାଯାଇଛି। ସମସ୍ତ ଆବାସିକ ଅଞ୍ଚଳକୁ କ୍ଵାରେଣ୍ଟାଇନ୍‌ କରାଯାଇଥିବା କୁହାଯାଇଛି।

 

Leave a Reply

Your email address will not be published. Required fields are marked *