ଲକ୍ଷଣ ନାହିଁ କିନ୍ତୁ କରୋନା ପଜିଟିଭ୍: ଓଡ଼ିଶାରେ କୋଭିଡ୍ ରୋଗୀଙ୍କ ସଂଖ୍ୟା ହେଲା ୨୧
ଭୁବନେଶ୍ଵର, (ଓଟି): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ଙ୍କ ନାଁ ସାମିଲ୍ ହୋଇଛି। ଏହାଦ୍ଵାରା କରୋନା ଭୁତାଣୁ ରୋଗୀଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏହ୨୧ତମ ରୋଗୀ ଜଣକ କଳାହାଣ୍ଡି ଜିଲ୍ଲାର। ତାଙ୍କର ବୟସ ୨୯ ବର୍ଷ। ସେ ନିକଟରେ ବାହାରିନ୍ ଯାଇଥିଲେ। ତାଙ୍କ ଦେହରେ କିଛି ଲକ୍ଷଣ ନଥିଲା। କିନ୍ତୁ ନମୁନା ପରୀକ୍ଷଣରୁ ସେ କରୋନା ପଜିଟିଭ୍ ଆକ୍ରାନ୍ତ ଥିବା ଜଣାପଡ଼ିଛି।
ଆଜି ଓଡ଼ିଶାରେ ତିନୋଟି ସରକାରୀ ଟେଷ୍ଟିଂ ଲ୍ୟାବ୍ରେ ୩୦୪ଟି ସାମ୍ପଲ୍ ପରୀକ୍ଷା କରାଯାଇଥିଲା। ସେଥିରୁ ଜଣଙ୍କ ସାମ୍ପଲ୍ରେ କରୋନା ଭୁତାଣୁ ମିଳିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଏବେଯାଏ ରାଜ୍ୟରେ ସମୁଦାୟ ୧୬୯୯ଟି ସାମ୍ପଲ୍ ପରୀକ୍ଷା କରାଯାଇଛି। ସେଥିରୁ ଆର୍ଏମ୍ଆର୍ସିରେ ୨୨୩ଟି ସାମ୍ପଲ ପରୀକ୍ଷା ହୋଇଥିବା ବେଳେ ଏମ୍ସରେ ୩୮ଟି ଏବହ ଏସ୍ସିବିରେ ୪୩ ସାମ୍ପଲ୍ ପରୀକ୍ଷା କରାଯାଇଛି।