କରୋନା: ୨୦୬ ଦେଶ, ୮ଲକ୍ଷ ୨୮ହଜାର ଆକ୍ରାନ୍ତ, ୪୧ ହଜାର ମୃତ

ନୂୖାଦିଲ୍ଲୀ, (ଓଟି): କରୋନା ନିଆଁରେ ସାରା ବିଶ୍ଵ ଜଳୁଛି। ଦ୍ଵିତୀୟ ବିଶ୍ଵଯୁଦ୍ଧଠାରୁ ଏହା ଅଧିକ ମାରାତ୍ମକ ହୋଇ ଏବେ ୨୦୬ ଦେଶକୁ ଆକ୍ରାନ୍ତ କରିଛି। ଗୋଟିଏ ଦିନରେ ପ୍ରା୍ର ୮୦ ହଜାର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏବେ ବିଶ୍ଵରେ ସବୁଦା୍ର ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୨୭ ହଜାର ୪୧୯ ରହିଥିବା ବେଳେ ୪୦,୭୭୭ଜଣଙ୍କ କରୋନା ଜନିତ ପ୍ରାଣଯାଇଛି।

ଏବେ ବିଶ୍ଵର ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ରାଷ୍ଟ୍ର ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ଏହି ଦେଶର ୧ଲକ୍ଷ ୬୩ ହଗାର ୧୯୯ ଜଣ ରୋଗୀଙ୍କ ଦେହରେ କରୋନା ଚିହ୍ନଟ କରାଯାଇଛି।  ଏହା ତଳକୁ ଇଟାଲୀରେ ୧୦୫୭୯୨ଜଣ ସକ୍ରିୟ କରୋନା ରୋଗୀ ରହିଥିବା ବେଳେ ସ୍ପେନ୍‌ରେ ୯୪୪୧୭, ଚୀନରେ ୮୨୬୩୮, ଜର୍ମାନୀରେ ୬୭୩୬୬, ଫ୍ୟାନ୍ସରେ ୫୧୪୭୭, ଇରାନ୍‌ରେ ୪୭୫୯୩ ଜଣ ସକ୍ରିୟ କରୋନା ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି।

 

Leave a Reply

Your email address will not be published.