୨୦୧୯ରେ ବିଚାରଧାରାର ଲଢେଇ: ଶାହା

ବିଜେପିର ରାଷ୍ଟ୍ରୀୟ ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ନିଜ ସରକାରଙ୍କ ଉପଲବ୍ଧି ସଭିଙ୍କ ସାମ୍ନାରେ ରଖିବା ସହିତ କଂଗ୍ରେସ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ କହିଛନ୍ତି ଯେ  ୨୦୧୯ର ନିର୍ବାଚନ ଏକ ପ୍ରକାର ବିଚାରଧାରାର ଲଢେଇ ହେବ। ଏହା ଦୁଇ ବିଚାରଧାରା ମଧ୍ୟରେ ଲଢେଇ ହେବ। ୨୦୧୯ର ଲଢେଇ ଦଶନ୍ଧି ପର୍ଯ୍ୟନ୍ତ  ପ୍ରଭାବ ପକାଇବ ଏବଂ ଏଥିପାଇଁ ଏନଡିଏର ୩୫  ଦଳ ମୋଦିଙ୍କ ନେତୃତ୍ଵରେ ଏକଜୁଟ୍ ଅଛନ୍ତି। କଂଗ୍ରେସ ଓ ବିରୋଧୀଙ୍କୁ ଟାର୍ଗେଟ୍ କରି ଶାହା କହିଛନ୍ତି ଯେ  ନା ବିରୋଧୀ ପାଖରେ ନେତା ଅଛି ନା ନୀତି ଅଛି।

ବିଜେପିର ଅଧ୍ୟକ୍ଷ ଅମିତ୍ ଶାହା କହିଛନ୍ତି ଯେ  ମରାଠା ଗୋଟିଏ ଯୁଦ୍ଧ ହାରିବାରୁ ଦେଶ ୨୦୦ ବର୍ଷ ପର୍ଯ୍ୟନ୍ତ ଗୁଲାମ ହୋଇ ଯାଇଥିଲା। ୨୦୧୯ର ସ୍ଥିତି ଆଜି ପରି ମଧ୍ୟ ରହିଛି। ୨୦୧୪ରେ ୬ଟି ରାଜ୍ୟରେ ବିଜେପିର ସରକାର ଥିଲା ଏବଂ ଆଜି ଦଳ ୧୬ଟି ରାଜ୍ୟରେ କ୍ଷମତସୀନ ରହିଛି। ଦିଲ୍ଲୀର ରାମଲୀଲା ମୈଦାନରେ ଆୟୋଜିତ  ଅଧିବେଶନରେ
ଅମିତ୍ ଶାହା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ  କହିଛନ୍ତି ଯେ ୨୦୧୯ରେ ମୋଦି ସରକାରଙ୍କୁ ଆଉ ଥରେ କ୍ଷମତାସୀନ କରନ୍ତୁ, କେରଳ ପର୍ଯ୍ୟନ୍ତ ବିଜେପି ସରକାର ଗଠନ କରି ଦେବ।

ଅମିତ୍ ଶାହା କହିଛନ୍ତି ଯେ  ପୂରା ଦୁନିଆରେ ନରେନ୍ଦ୍ର ମୋଦିଙ୍କ ପରି ନେତା କୌଣସି ଦଳ ପାଖରେ ନାହିଁ।  ମେଣ୍ଟକୁ ନେଇ ହେଉଥିବା ସମୀକରଣ ଉପରେ ହମଲା କରି ଶାହା କହିଛନ୍ତି ଯେ  ଏହି ମେଣ୍ଟ ଏକ ଫମ୍ପା ମାଠିଆ ପରି। ମାତ୍ର ବିଜେପି ଗରିବଙ୍କ କଲ୍ୟାଣ ଓ ସାଂସ୍କୃତିକ ରାଷ୍ଟ୍ରବାଦକୁ ଆଗକୁ ବଢାଉଛି। କିନ୍ତୁ ବିରୋଧୀ କେବଳ କ୍ଷମତା ପାଇବାକୁ ଚାହୁଁଛି।

ଦଶନ୍ଧି ଧରି ଚର୍ଚ୍ଚାର ବିଷୟ ପାଲଟିଥିବା ଅଯୋଧ୍ୟାରେ ରାମ ମନ୍ଦିର ପ୍ରସଙ୍ଗ ଉପରେ ମଧ୍ୟ ଅମିତ୍ ଶାହା କହିଛନ୍ତି ଯେ ବିଜେପି ଚାହୁଁଛି ଯେ  ଶୀଘ୍ର ସେହି ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେଉ, ଏଥିରେ କାହାରି କୌଣସି ଦ୍ଵିଧା ନାହିଁ। ମାତ୍ର କଂଗ୍ରେସ ଏଥିରେ ବାଟ ଓଗାଳୁଛି।  ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଅମିତ୍ ଶାହା କହିଛନ୍ତି ଯେ ବିଜେପି କାର୍ଯ୍ୟକର୍ତ୍ତା ଆଶ୍ଵସ୍ତ ରୁହନ୍ତୁ, ଆମେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିବଦ୍ଧ।

ଅମିତ୍ ଶାହା କହିଛନ୍ତି ଯେ, ଯେଉଁ ମାନଙ୍କ ଉପରେ ଆୟ କରର ୬୦୦ କୋଟି ବକେୟା ରହିଛି;ସେମାନେ ଜମାନତରେ ଅଛନ୍ତି। ଏମିତି ଲୋକ ପିଏମ ମୋଦିଙ୍କ ଉପରେ ଆରୋପ ଲଗାଉଛନ୍ତି। ସେ ଆକ୍ଷେପ କରି କହିଛନ୍ତି ଯେ ଲୋକେ ବହୁତ ସଚେତନ ଅଛନ୍ତି। କଂଗ୍ରେସ ପାର୍ଟି ରାଫେଲ ଡିଲରେ ଭ୍ରଷ୍ଟାଚାରର ଅଭିଯୋଗ ଲଗାଉଛି।

Leave a Reply

Your email address will not be published. Required fields are marked *