ଓଡ଼ିଶାରେ ଗଡ଼ିଲା ଦୁଇ ହଜାର ମିଟର ଲମ୍ବର ଟ୍ରେନ୍‌

ଓଡ଼ିଶାରେ ପ୍ରଥମଥର ପାଇଁ  ଦୁଇ ହଜାର ମିଟର ଦୀର୍ଘ ମାଲବାହୀ ଟ୍ରେନ୍‌ ଚଳାଚଳ ହୋଇଛି। ପୂର୍ବତଟ ରେଳ ୩ଟି ରେକସ୍‌ ବିଶିଷ୍ଟ ଏହି ଟ୍ରେନ୍‌କୁ ପରୀକ୍ଷାମୂଳକ ଭାବେ ଚଳାଇବା ଆରମ୍ଭ କରିଛି। ତେବେ ବିଶେଷ କଥାଟି ହେଉଛି ଦୁଇ ହଜାର ମିଟର ଲମ୍ବର ଏହି ଟ୍ରେନ୍‌ କମ୍‌ ମାନବ ସମ୍ବଳ ଦ୍ୱାରା ଚାଲିବ। ଟ୍ରେନ୍‌ରେ ୧୪୭ ଓ୍ଵାଗନ, ୩ଟି ବ୍ରେକ୍‌/ଗାର୍ଡ ଭ୍ୟାନ୍‌ସ ଓ ୪ଟି ଇଞ୍ଜିନ୍‌ ଖଞ୍ଜା ଯାଇଛି।

ଟ୍ରେନ୍‌ଟିକୁ ପରୀକ୍ଷା ମୂଳକ ଭାବେ ବରଗଡ଼ର ଗୋଡଭାଗାରୁ ସମ୍ବଲପୁର ରେଳ ଡିଭିଜନ୍‌ର ବଲାଙ୍ଗୀର ଷ୍ଟେସନ୍‌ ମଧ୍ୟରେ ଚଳାଚଳ କରାଯିବ। ସେହିପରି ପ୍ରଥମ ରେକସ୍‌ରେ ୪୫ଟି ଫ୍ଲାଟ ଓ୍ଵାଗନ୍‌ ସହିତ ସାମଗ୍ରୀ ଏବଂ ଦ୍ୱିତୀୟ ଓ ତୃତୀୟ ଖାଲିଥିବା ରେକରେ ୫୧ଟି ଆଲୁମୁନିୟମ୍‌ ସାମଗ୍ରୀ ବିଶାଖାପଟଣା ବିମାନବନ୍ଦର ଅଭିମୁଖେ ଯିବ।


Leave a Reply

Your email address will not be published. Required fields are marked *