ତବ୍ଲିଘି ଜମାତ୍ ଯାଇଥିବା 22 ଓଡ଼ିଶାରେ ଚିହ୍ନଟ: ପରୀକ୍ଷା ପାଇଁ ନିଆଗଲା ସାମ୍ପଲ୍
ଭୁବନେଶ୍ଵର, (ଓଟି): ଦେଶରେ କୋଭିଡ୍ କରୋନା ସଙ୍କଟକୁ ବଢ଼ାଇଦେଇଥିବା ଦିଲ୍ଲୀର ତବ୍ଲିଘି ଜମାତ୍ରୁ ଓଡ଼ିଶାକୁ ଅନେକ ଫେରିଛନ୍ତି। ସେମାନଙ୍କ ଭିତରୁ ୨୨ ଜଣଙ୍କୁ ପ୍ରଶାସନ ଠାବ କରିବାରେ ସକ୍ଷମ ହୋଇଛନ୍ତି। ଏହି ୨୦ ଜଣଙ୍କୁ ସ୍ଵତନ୍ତ୍ର ଭାବେ ରଖାଯାଇଛି ଏବଂ ସେମାନଙ୍କ ତଣ୍ଟି ଓ ନାକରୁ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛନ୍ତି। ଏହି ୨୨ ଜଣଙ୍କ ଭିତରେ ୭ ଜଣ ବିଦେଶୀ ନାଗରିକ ରହିଛନ୍ତି ବୋଲି ବିଭାଗ ଟ୍ବିଟ୍ରେ ଜଣାଇଛନ୍ତି।
ଏଯାଏ ଓଡ଼ିଶାର ସ୍ଥିତି ସମଗ୍ର ଭାରତରେ ଅଧିକ ନିୟନ୍ତ୍ରିତ ରହିଛି। ୪ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରୁ ଜଣଙ୍କୁ ବୁଧବାରଦିନ ସୁସ୍ଥ ହେବା କାରଣରୁ ଘରକୁ ପଠାଇ ଦିଆଯାଇଛି। ପ୍ରଥମ କରୋନା ରୋଗୀ ସୁସ୍ଥ ଅଛନ୍ତି। ୨୪ ଘଣ୍ଟା ଭିତରେ ତାଙ୍କର ଦ୍ଵିତୀୟ ସାମ୍ପଲ୍ ନେଗେଟିଭ୍ ଆସିଲେ ତାଙ୍କୁ ବି ମୁକ୍ତ କରାଯିବା ବୋଲି ବିଭାଗ ସ୍ପଷ୍ଟ କରିଛି। ଅନ୍ୟ ଦୁଇ ରୋଗୀଙ୍କ ଭିତରୁ ଜଣେ ୨୯ ବର୍ଷୀୟ ଦୁବାଇ ଫେରନ୍ତା ଯୁବକ ହୋଇଥିବା ବେଳେ ଆଉ ଜଣେ ୬୦ ବର୍ଷୀ ବ୍ୟାଙ୍କର। ସେ ଦିଲ୍ଲୀରୁ ଓଡ଼ିଶା ଆସି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପ୍ସଂରଥମ ତିନିଜଣଙ୍କ ସଂସ୍ପର୍ଶରେ ୧୬୨ ଜଣ ବ୍ୟକ୍ତି ଆସିଥିବା ପ୍ରଶାସନ ତାଲିକା କରିଥିଲା। ହେଲେ ସେମାନଙ୍କ ଭିତରୁ କାହାର ସାମ୍ପଲ୍ ଏଯାଏ ଚିହ୍ନଟ କରାଯାଇ ନାହିଁ।
ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ୭ଜଣ ଆସିଥିବା ଚିହ୍ନଟ କରାଯାଇଛି। ସେମାନଙ୍କଠାରୁ ସାମ୍ପଲ୍ ଚିହ୍ନଟ କରାଯାଇଛି।