ସମ୍‌ ଓ ଆମ୍ରିରେ ହେବ କରୋନା ଟେଷ୍ଟିଂ, ଆଇସିଏମ୍‌ଆର୍‌ ଅନୁମୋଦନ ଲାଭ

ଭୁବନେଶ୍ୱର,  (ଓଡ଼ିଶା ଟାଇମ୍‌) : ଏଣିକି ସମ୍‌ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌  ହୋଇପାରିବ କରୋନା ଭୁତାଣୁ  ସଂକ୍ରମଣ ପରୀକ୍ଷା।   ରାଜ୍ୟର ପ୍ରଥମ ଘରୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ ଭାବେ ଏହି ମେଡିକାଲ୍‌ କଲେଜ ଲ୍ୟାବୋରେଟୋରୀକୁ ଭାରତର ଭେଷଜ ଗବେଷଣା ପରିଷଦ ( ଆଇସିଏମ୍‌ଆର୍‌) କୋଭିଡ୍‌ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି।

ସେହିପରି ଘରୋଇ ହସ୍‌ପିଟାଲ୍‌ ଭାବେ ଭୁବନେଶ୍ଵରରେ ଥିବା  ଆମ୍ରି ହସ୍‌ପିଟାଲ୍‌ର ଲ୍ୟାବୋରେଟୋରୀକୁ ମଧ୍ୟ କରୋନା ଭୁତାଣୁ  ସଂକ୍ରମଣ ପରୀକ୍ଷା ପାଇଁ ଆଇସିଏମ୍‌ଆର୍‌ ଅନୁମତି ଦେଇଛନ୍ତି। ପୂର୍ବରୁ  ଓଡ଼ିଶାର ପ୍ରଥମ ଘରୋଇ ହସ୍‌ପିଟାଲ୍‌ ଭାବେ ଆପୋଲୋ ହସ୍‌ପିଟାଲ୍‌କୁ କରୋନା ଭୁତାଣୁ ପରୀକ୍ଷଣ ପାଇଁ ଅନୁମତି ମିଳିଥିଲା।

ଏହି ଦୁଇ ନୂଆ ଲ୍ୟାବୋରେଟୋରୀକୁ ମିଶାଇ  ଭୁବନେଶ୍ଵରରେ କୋଭିଡ୍‌ ପରୀକ୍ଷାଗାର ସଂଖ୍ୟା ୬ରେ ପହଞ୍ଚିଛି। ସେହିପରି ଓଡ଼ିଶାରେ ପରୀକ୍ଷାଗାର ସଂଖ୍ୟା ୧୦ରେ ପହଞ୍ଚିଛି।

ପୁର୍ବରୁ ଆଞ୍ଚଳିକ ଭେଷଜ ପରିଷଦ ଓ ଗବେଷଣା କେନ୍ଦ୍ର ( ଆର୍‌ଏମ୍‌ଆରସି‌) ପରୀକ୍ଷା କେନ୍ଦ୍ର ସହ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ ( (ଆଇଏଲ୍‌ଏସ୍‌), ଅଖିଳ ଭାରତ ଆୟୁର୍ବିଜ୍ଞାନ କେନ୍ଦ୍ର ( ଏମ୍ସ) କରୋନା ଭୁତାଣୁ ପରୀକ୍ଷଣ କରୁଛନ୍ତି।

ରାଜ୍ୟର ଅନ୍ୟ ପ୍ରାନ୍ତରେ ମଧ୍ୟ ୪ଟି କୋଭିଡ୍‌ ପରୀକ୍ଷଣ କେନ୍ଦ୍ରକୁ ଆଇସିଏମ୍‌ଆର୍‌ ଅନୁମତି ଦେଇଛନ୍ତି। ସେଗୁଡ଼ିକ ହେଉଛନ୍ତି ସମ୍ବଲପୁରରେ ଭିଏସ୍‌ଏସ୍‌ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌, କଟକରେ ଏସ୍‌ସିବି, ବ୍ରହ୍ମପୁରରେ ଏମ୍‌କେସିଜିଳ ରାଉରକେଲାରେ ଆଇଜି ହସ୍‌ପିଟାଲ୍‌କୁ କରୋନା ଭୁତାଣୁ ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଆଗକୁ ବାଳେଶ୍ଵର, ମୟୁରଭଞ୍ଜରେ ନୂଆର ଲାବୋରେଟୋରୀ ପ୍ରତିଷ୍ଠା ଲାଗି ସରକାର ଚିନ୍ତିତ ରହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପକ୍ଷରୁ  ଆଇଏମଏସ ଓ ସମ ହସ୍ପିଟାଲକୁ କୋଭିଡ୍‌ ପରୀକ୍ଷଣ ଅନୁମତି ମିଳିଲା ପରେ ବିଶ୍ଵବିଦ୍ୟାଳୟପକ୍ଷରୁ ଏହାକୁ ଏକ ବଡ଼ ସଫଳତା ଭାବେ ଉଲ୍ଲେଖ କରାଯାଇଛି।

ଏକ ପ୍ରେସ ବାର୍ତ୍ତାରେ କୁହାଯାଇଛି ଯେ,  ‘ଏହାଦ୍ଵାରା ବିଶ୍ଵବିଦ୍ୟାଳୟ ସହ ଆଉ ଏକ ବଡ ସଫଳତା  ଯୋଡି ହୋଇଯାଇଛି ।  କରୋନା ପରୀକ୍ଷଣ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମୋଲିକ୍ୟୁଲାର ଆରଏନଏ ଭିରୋଲୋଜି ଲାବୋରେଟୋରୀରେ କରାଯିବ । ଏଠାରେ ଦିନକୁ ପ୍ରାୟ ୩୦୦ ପରୀକ୍ଷଣ କରାଯାଇପାରିବ।

ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ 1000 ଶଯ୍ୟା ବିଶିଷ୍ଟ ଏହି ଟିଚିଙ୍ଗ ହସ୍ପିଟାଲ ହେଉଛି ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଯିଏକି କରୋନା ପରୀକ୍ଷା କେନ୍ଦ୍ର ଭାବେ ମନୋନୀତ ହୋଇଛି ବୋଲି ସୂଚନା ଦେଇଛନ୍ତି ସମ ମେଡିକାଲର ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ।

Leave a Reply

Your email address will not be published. Required fields are marked *