ଫୁଲବାଣୀ ଓ ଦେଓଗଡ଼ରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ୱର (ଓଟି): ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ତତ୍ପରତା ସହ ପଦକ୍ଷେପ ନେଉଛନ୍ତି। ଜନତାଙ୍କ ସୁବିଧା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ୍‌-୧୯ ହସ୍ପିଟାଲ୍‌ କରାଯିବ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ। ସେହି ଅନୁସାରେ ସବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର କାର୍ଯ୍ୟକ୍ରମ କରାଯାଉଛି। ଇତିମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ଆଉ କେତେକ ଜିଲ୍ଲାରେ ଖୁବ୍‌ଶୀଘ୍ର ହସ୍ପିଟାଲ୍‌ ହେବାକୁ ଯାଉଛି। ଏହିକ୍ରମରେ ରାଜ୍ୟରେ ଆଉ ୨ଟି ହସ୍ପିଟାଲ୍‌ ହୋଇସାରିଛି।

ସୂଚନା ଅନୁସାରେ ଆଜି ଫୁଲବାଣୀ ଓ ଦେଓଗଡ଼ରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏହାଫଳରେ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସଂଖ୍ୟା ବୃଦ୍ଧି ପାଇଛି। ସମ୍ପୃକ୍ତ ହସ୍ପିଟାଲ୍‌ଗୁଡ଼ିକରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଚିକିତ୍ସା କରାଯିବ ବୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି।

Leave a Reply

Your email address will not be published.