ବାଲେଶ୍ଵରରେ ୨ ନୂଆ ଆକ୍ରାନ୍ତ, ସଂଖ୍ୟା ପହଞ୍ଚିଲା ୧୦
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭଦ୍ରକ, ଯାଜପୁର ପରେ ବାଲେଶ୍ଵର ଜିଲ୍ଲାରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ଦୁଇଅଙ୍କ ବିଶିଷ୍ଟ ହୋଇଛି। ଏଠାରେ ଜଣେ ୫୫ ବର୍ଷୀୟ ମହିଳା ଏବଂ ୩୬ ବର୍ଷୀୟ ପୁରୁଷଙ୍କଠାରେ ଆଜି କରୋନା ଭୁତାଣୁ ଠାବ କରାଯାଇଛି। ଏହାଦ୍ଵାରା ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ରା ୧୦ ହୋଇଛି।
ବାଲେଶ୍ଵରରେ ସଦ୍ୟ ଚିହ୍ନିତ ରୋଗୀମାନେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଏହି ସଂଖ୍ରାକୁ ମିଶାଇ ରାଜ୍ୟରେ ମୋଟ୍ କରୋନ ପଜିଠିଭ୍ଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ଏଥିରୁ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୫ଜଣ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସୀତ ହେଉଛନ୍ତି।
ନଜର ପକାନ୍ତୁ ରାଜ୍ୟରେ କରୋନା ସ୍ଥିତି ସକାଳ 5ଟା, ୨୩ ଏପ୍ରିଲ୍୨୦୨୦
ଜିଲ୍ଲା | ୨୩ ଏପ୍ରିଲ୍ ସ୍ଥିତି | ସୁସ୍ଥ | ଆକ୍ରାନ୍ତ |
ଖୋର୍ଦ୍ଧା | ୪୬ | ୨୧ | ୨୪ |
ବାଲେଶ୍ଵର | ୧୦ | ୦ | ୧୦ |
ଭଦ୍ରକ | ୧୧ | ୨ | ୯ |
ଯାଜପୁର | ୧୨ | ୧ | ୧୧ |
ସୁନ୍ଦରଗଡ଼ | ୩ | ୨ | ୧ |
କେନ୍ଦ୍ରାପଡ଼ା | ୨ | ୧ | ୧ |
କଳାହାଣ୍ଡି | ୨ | ୨ | ୦ |
ପୁରୀ | ୧ | ୧ | ୦ |
କଟକ | ୧ | ୧ | ୦ |
ଢେଙ୍କାନାଳ | ୧ | ୧ | ୦ |
ସମୁଦାୟ | ୮୯ | ୩୩ | ୫୫ |
ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ:
coronaEffect: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନୂଆ ଦରରେ ମହଙ୍ଗାଭତ୍ତା ମିଳିବ ନାହିଁ
#WorldFightsWithCorona: ଦୀର୍ଘ ସମୟ ଯାଏଁ ରହିବ ମାରାତ୍ମକ ଭୂତାଣୁ