ଲକଡାଉନ ବେଳେ ହରିଣ ଶୀକାର: ୪୦ କିଲୋ ହରିଣ ମାଂସ ଜବତ, ୨ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
କେନ୍ଦ୍ରାପଡ଼ା,(ଓଡ଼ିଶାଟାଇମ୍):ସମଗ୍ର ଦେଶରେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବୋ ବେଳେ ଭିତରକନିକା ଅଭୟାରଣ୍ୟରେ ଶୀକାରୀମାନେ ହରିଣ ଶିକାରରେ ମାତିଥିବା କଥା ପଦାକୁ ଆସିଛି । ଏବେ ଲକଡାଉନ ଯୋଗୁ ସମସ୍ତେ ଘରେ ରହିଥିବରେ ସୁଯୋଗ ନେଇ ଶିକାରୀମାନେ ଭିତରକନିକା ଅଭୟାରଣ୍ୟ ଭିତରେ ପଶି ଫାସ ବସାଇ ଅବାଧରେ ହରିଣ ଶିକାର କରୁଛନ୍ତି । ଏହି ଅଭିଯୋଗ ପରେଚଢ଼ଉ କରି କଟା ମାଂସ ଜବତ ସହ ୨ଜଣଙ୍କୁ ଗିରଫ କରାଯାଇଛି, ଜଣେ ଫେରାର ରହିଛି।
ଅଭୟାରଣ୍ୟରେ ହରିଣ ଶିକାର ହେଉଥିବା ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଫରେଷ୍ଟ ରେଞ୍ଜ ଅଫିସର ସୁରଜିତ ସାହୁ ବନ ବିଭାଗର ଅନ୍ୟ କର୍ମଚାରୀ ଓ ରାଜନଗର ପୁଲିସ ସହାୟତାରେ ରାଜନଗର ବ୍ଲକ ଅନ୍ତର୍ଗତ ଗୁପ୍ତି ଗ୍ରାମର ବ୍ରଜ ଦାସ, ପତିତପାବନ ଦାସ ଓ ଦୀନବନ୍ଧୁ ଦାସଙ୍କ ଘର ଉପରେ ଚଢ଼ଉ କରି ୪୦ କିଲୋ କଟା ହରିଣ ମାଂସ ଜବତ କରିବା ସହ ପତିତପାବନ ଦାସ ଓ ଦୀନବନ୍ଧୁ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ବନବିଭାଗ କର୍ମଚାରୀମାନେ ଅଭିଯୁକ୍ତଙ୍କ ଘର ଉପରେ ଚଢଉ କରିବା ସମୟରେ ଅଭିଯୁକ୍ତମାନେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ କରିଥିଲେ । ପତିତପାବନ ଦାସ ଘରେ କଟା ହରିଣ ମଂସ ଥିବା ରାଜନଗର ବନବିଭାଗ କର୍ମଚାରୀମାନେ ପୂର୍ବରୁ ଖବର ପାଇଥିଲେ । କିନ୍ତୁ ଚଢାଉ ସମୟରେ ପତିତପାବନ ଏକ ବସ୍ତାରେ ଭର୍ତୀ ହୋଇଥିବା କଟା ହରିଣ ମାଂସକୁ ପଡ଼େଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲା । କିନ୍ତୁ ଚଢଉ ସମୟରେ ପତିତପାବନର ଘର ଛାତ ଉପରେ ରକ୍ତ ଛିଟା ଲାଗିଥିବା ବନ ବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେ ଓ ଚଢଉ ହେବାରୁ ପତିତପାବନ ପଡ଼ୋଶୀଙ୍କ ଛାତ ଉପରକୁ ହରିଣ ମାଂସ ଭର୍ତ୍ତି ବସ୍ତାକୁ ଫିଙ୍ଗି ଦେଇଥିବା ସ୍ୱୀକାର କରିଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୁଖ୍ୟ ଅଭିଯୁକ୍ତ ବ୍ରଜ ଦାସ ଫେରାର ହୋଇଯାଇଛି । ଶୀକାରୀମାନେ ଅଭୟାରଣ୍ୟର ସୁନେଇ ରୂପେଇ ଜଙ୍ଗଲରେ ଫାସ ବସାଇ ହରିଣ ଶୀକାରଥିବା ରାଜନଗର ବନବିଭାଗ ପକ୍ଷରୁ କୁହାଯାଇଛି ।