ଜୁନ୍‌ ୬ରୁ ଯୁକ୍ତ୨ ଆଡ୍‌ମିଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର, (ଓଟି): ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ଜୁନ୍‌ ୬ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜୁନ୍‌ ୬ ପୂର୍ବାହ୍ନ ୧୧ଟାରୁ ‘www.samodisha.gov.in’ ‌ୱେବସାଇଟ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ ବା ସିଏଏଫ୍‌ ଉପଲବ୍ଧ ହେବ। ଜୁନ୍‌୨୦ ତାରିଖ ପର୍ଯ୍ୟନ୍ତ କେବଳ ଅନ୍‌ଲାଇନ୍‌ ଯୋଗେ ଏହି ଫର୍ମ ଦ୍ଵାରା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୨୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସିଏଏଫ୍‌ର ପ୍ରିଣ୍ଟ କପି ସହ ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ସାମ୍‌ସ ରିସୋର୍ସ ସେଣ୍ଟର‌୍‌(ଏସ୍‌ଆରସି)ରେ ଦାଖଲ କରିପାରିବେ। ଜୁନ୍‌ ୨୬ରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁନ୍‌ ୨୮ରୁ ଜୁଲାଇ ୨ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁନ୍‌ ୨୮ରେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଅନ୍‌ଲାଇନ୍‌ରେ ପ୍ରକାଶ କରାଯିବ।

Leave a Reply

Your email address will not be published. Required fields are marked *