ଗଣତନ୍ତ୍ରର ମହାପର୍ବ ଆରମ୍ଭ: ୯୧ ଲୋକସଭା ଏବଂ ୧୭୫ ବିଧାନସଭା ମଣ୍ଡଳୀ ପାଇଁ ମତଦାନ ଜାରି

ଭାରତୀୟ ଗଣତନ୍ତ୍ର ମହାପର୍ବର ବିଶେଷ ଅଧ୍ୟାୟ ଆଜିଠୁ ଆରମ୍ଭ ହୋଇଛି। ଅର୍ଥାତ୍‌ ୭ଟି ପର୍ଯ୍ୟାୟରେ ଶେଷ ହେବାକୁ ଥିବା ଭୋଟ୍‌ ଗ୍ରହଣ ଅଭିଯାନର ପ୍ରଥମ ପର୍ଯ୍ୟାୟ ଅଜେିଠୁ ଶୁଭାରମ୍ଭ ହୋଇଛି। ସକାଳ ୭ଟାରୁ ଦେଶର ୯୧ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଏଥିରେ ଆନ୍ଧ୍ରପ୍ରଦେଶର ୨୫, ତେଲେଙ୍ଗନାର ୧୭, ଉତ୍ତରାଖଣ୍ଡର ୫, ମେଘାଳୟର ୨, ଅରୁଣାଚଳ ପ୍ରଦେଶ୨, ଓଡ଼ିଶାର ୪ଟି ଏବଂ ମିଜୋରାମ, ତ୍ରିପୁରା, ମଣିପୁର, ନାଗାଲାଣ୍ଡ, ସିକିମ, ଆଣ୍ଡାମାନ, ଲକ୍ଷ୍ୟାଦ୍ଵୀପର ଗୋଟିଏ ଲେଖାଏଁ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି ।

ଉତ୍ତର ପ୍ରଦେଶର ୮ଟି, ମହାରାଷ୍ଟ୍ରର ୭ଟି, ବିହାରରର ୬, ଆସାମରେ ୫, ଜମ୍ମୁ କଶ୍ମୀର ଏବଂ ପଶ୍ଚିମ ବଙ୍ଗରେ ୨ ଲୋକସଭା ମଣ୍ଡଳୀ ଓ ଛତିଗଡ଼ରେ କେବଳ ଗୋଟିଏ ଲୋକସଭା ମଣ୍ଡଳୀ ପାଇଁ ମତଦାନ କରାଯାଉଛି।

ଓଡ଼ିଶାର ଯେଉଁ ୪ଟି ଲୋକସଭା ମଣ୍ଡଳୀ ଏଥିରେ ସାମିଲ୍‌ ହୋଇଛି, ସେଗୁଡ଼ିକ ହେଲା କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଏବଂ ବ୍ରହ୍ମପୁର।

ସେହିପରି ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ସିକିମ୍‌ ବିଧାନସଭା ପାଇଁ ମଧ୍ୟ ପ୍ରଥମ ପର୍ଯ୍ୟାୟ ମତଦାନ ଏକ ସମୟରେ ଅନୁଷ୍ଠିତ ହେଉଛି। ଓଡ଼ିଶାରେ ଲେଶକସଭା ପାଇଁ ହେଉଥିବା ୪ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୮ଟି ବିଭଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।

ବିଜେଡି ବିଧାନସଭା ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରାକା ଭୋଟ୍‌ ଦେଇଥିବା ପ୍ରଦର୍ଶନ କରୁଛନ୍ତି।

ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ମଣ୍ଡଳୀ, ସିକିମ୍‌ର ୩୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ମତଦାନ ଜାରି ରହିଥିବା ଜଣାପଡ଼ିଛି।

ନିର୍ବାଚନ ହେବାକୁ ଥିବା ଲୋକସଭାର ୫୪୩ଟି ଆସନ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବାକୁ ବ୍ୟବସ୍ଥା ହୋଇଚଇ। ଏପ୍ରିଲ୍‌ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ୧୮ ତାରିଖରେ ଦ୍ଵିତୀୟ, ୨୩ରେ ତୃତୀୟ, ୨୯ରେଚତୁର୍ଥ ଏବଂ ମେ ମାସ ୬, ୧୨, ୧୯ ତାରିଖରେ ଯଥାକ୍ରମେ ୫ମ, ୬ଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଜାରି ସୂଚନାରେ ଦର୍ଶାଯାଇଛି।

Leave a Reply

Your email address will not be published.