ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ସହିତ ୨୮ଟି ବିଧାନସଭା ଆସନ ପାଇଁ ରିଟର୍ଣ୍ଣିଂ ଅଫିସର ତଥା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ବିଜ୍ଞପ୍ତି ପ୍ରକାଶ କରିବେ। ଏହାସହିତ ସୋମବାରଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏସବୁ ଆସନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ।

ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି (ସା), ନବରଙ୍ଗପୁର (ଏସଟି), ବ୍ରହ୍ମପୁର (ସା) ଓ କୋରାପୁଟ (ଏସଟି) ଲୋକସଭା ଆସନ ପାଇଁ ବିଜ୍ଞପ୍ତି ଜାରି ହେବ। ଏହିସବୁ ଆସନରେ ରାଜନୈତିକ ଦଳର ପ୍ରାର୍ଥୀମାନେ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏହାସହିତ ସେସବୁ ୪ଟି ଲୋକସଭା ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

ସେଗୁଡ଼ିକ ହେଲା କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୂଆପଡ଼ା (ସା), ଖରିଆର (ସା), ଲାଞ୍ଜିଗଡ଼ (ଏସଟି), ଜୁନାଗଡ଼ (ସା), ଧର୍ମଗଡ଼ (ସା), ଭବାନୀପାଟଣା (ଏସସି), ନର୍ଲା (ସା)।

ନବରଙ୍ଗପୁର ଲୋକସଭା ଆସନ ଅଧୀନରେ ଥିବା ଉମରକୋଟ (ଏସଟି), ଝରିଗାଁ (ଏସଟି), ନବରଙ୍ଗପୁର (ଏସଟି), ଡାବୁଗାଁ (ଏସଟି), କୋଟପାଡ଼ (ଏସଟି), ମାଲକାନଗିରି (ଏସଟି), ଚିତ୍ରକୋଣ୍ଡା (ଏସଟି)।

ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଛତ୍ରପୁର (ଏସସି), ଗୋପାଳପୁର (ସା), ବ୍ରହ୍ମପୁର (ସା), ଦିଗପହଣ୍ଡି (ସା), ଚିକିଟି (ସା), ମୋହନା (ଏସଟି), ପାରଳାଖେମୁଣ୍ଡି (ସା)।

କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ଗୁଣୁପୁର (ଏସଟି), ବିଷମକଟକ (ଏସଟି), ରାୟଗଡ଼ା (ଏସଟି), ଲକ୍ଷ୍ମୀପୁର (ଏସଟି), ଜୟପୁର (ସା), କୋରାପୁଟ (ଏସସି), ପଟ୍ଟାଙ୍ଗୀ (ଏସଟି) ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଥିବା ବେଳେ ଏଯାଏ କୌଣସି ଗୋଟିଏ ବି ରାଜନୈତିକ ଦଳ ପ୍ରାର୍ଥୀ ଚୟନ ସଂପର୍କରେ ଘୋଷଣା କରିନାହନ୍ତି। ନା ବିେଜଡି ନା କଂଗ୍ରେସ କିମ୍ବା ବିଜେପି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିନାହାନ୍ତି।

Leave a Reply

Your email address will not be published. Required fields are marked *