ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ ମତଦାତା ନିର୍ଦ୍ଧାରଣ କରିବେ ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ
ଆଉ ମାତ୍ର ଦିନ କେଇଟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ ପାଇଁ ଆସନ୍ତା ୧୧ ତାରିଖରେ ହେବ ମତଦାନ। ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଛନ୍ତି ୨୧୭ ପ୍ରାର୍ଥୀ। ପ୍ରାୟ ୬୦ ଲକ୍ଷ ମତଦାତା ୭ ହଜାର ୨ ଶହ ୩୩ ଭୋଟ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିବେ।

କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ଏହି ଚାରୋଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ମତଦାନ ହେବ। ୪ ଲୋକସଭା ଆସନରେ ୨୬ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୨୪ ଜଣ ପୁରୁଷ ଏବଂ ୨ ଜଣ ମହିଳା ପ୍ରାର୍ଥୀ। ବିଭିନ୍ନ ଜାତୀୟ ଦଳ ୧୨ ଜଣ ପ୍ରାର୍ଥୀ ଏହି ୪ ଲୋକସଭା ଆସନରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ବେଳେ, ରାଜ୍ୟସ୍ତରୀୟ ଦଳର ୪ ଜଣ, ଅନ୍ୟ ଦଳର ୭ ଜାଣ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ୩ ଜଣ ମଇଦାନକୁ ଓହ୍ଲାଇଛନ୍ତି।
ସେହିଭଳି ୨୮ଟି ବିଧାନସଭା କ୍ଷେତ୍ରରେ ମଇଦାନକୁ ଓହ୍ଲାଇଥିବା ୧୯୧ ପ୍ରାର୍ଥୀଙ୍କ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୧୬। ଦଳ ହିସାବରେ ଏହି ୨୮ ଆସନରେ ଜାତୀୟ ଦଳର ୭୯ ଜଣ, ଆଞ୍ଚଳିକ ଦଳରୁ ୨୮ ଜଣ, ଅନ୍ୟ ଦଳରୁ ୩୮ ଏବଂ ସ୍ବାଧିନ ପ୍ରାର୍ଥୀ ଭାବେ ୪୬ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି।
୪ ଲୋକସଭା ମଧ୍ୟରୁ ବ୍ରହ୍ମପୁର ଲୋକସଭା ପାଇଁ ବିଜେଡିରୁ ଚନ୍ଦ୍ର ଶେଖର ସାହୁ, ବିଜେପିରୁ ଭୃଗୁ ବକ୍ସିପାତ୍ର ଏବଂ କଂଗ୍ରେସର ପ୍ରର୍ଥୀ ହୋଇଛନ୍ତି ଭି. ଚନ୍ଦ୍ର ଶେଖର ଗିରି । ସେହିଭଳି ନବରଙ୍ଗପୁର ଲେକସଭା ଆସନରେ ବିଜେଡିର ରମେଶ ମାଝୀ, କଂଗ୍ରେସର ପ୍ରଦୀପ ମାଝୀ ଏବଂ ବିଜେପିର ବଳଭଦ୍ର ମାଝୀଙ୍କ ମଧ୍ୟରେ ଟକ୍କର ହେଉଛି । କୋରାପୁଟ ଲୋକସଭା ଆସନରେ ବିଜେଡିର କୌଶଲ୍ୟା ହିକକା, ବିଜେପିର ଜୟରାମ ପାଙ୍ଗି ଏବଂ କଂଗ୍ରେସର ସପ୍ତଗିରି ଉଲ୍ଲାକା ମଇଦାନରେ ଅଛନ୍ତି । କଳାହାଣ୍ଡି ଲୋକସଭା ଆସନରେ ବିଜେଡିର ପୁଷ୍ପେନ୍ଦ୍ର ସିଂ ଦେଓ, ବିଜେପିର ବସନ୍ତ ପଣ୍ଡା ଏବଂ କଂଗ୍ରେସର ଭକ୍ତ ଦାସଙ୍କ ମଧ୍ୟରେ ଲେଢେଇ ହେଉଛି ।
ସେହିଭଳି ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ବିଧାନସଭା ଆସନରୁ ପ୍ରମୁଖ ରାଜନୈତିକ ଦଳଗୁଡିକର ପ୍ରାର୍ଥୀ ମାନେ ହେଲେ-
କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନ

ନବରଙ୍ଗପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନ

ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନ

କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନ
