ପ୍ରଥମ ପର୍ଯ୍ୟାୟ ବିଜେଡି ତାଲିକା ଘୋଷଣା
ଭୁବନେଶ୍ଵର (ଓଟି): ରାଜ୍ୟର ସର୍ବବୃହତ୍ ଦଳ ତଥା ଶଶସକ ବିଜେଡି ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ୯ଟି ଲୋକସଭା ଆସନ ପାଇଁ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ସହ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ କିଏ ହେବେ ତାହା ଘୋଷଣା କରାଯାଇଛି।
୧୧ ମହିଳା ପ୍ରାର୍ଥୀ
ସମୁଦାୟ ପ୍ରାର୍ଥୀ ତାଲିକାରେ ଘୋଷଣା ହୋଇଥିବା ୫୪ ଜଣ ନାଁ ଭିତରେ ୧୧ ଜଣ ମହିଳାଙ୍କ ନାଁ ସ୍ଥାନ ପାଇଛି। ସେମାନଙ୍କ ଭିତରେ ୩ ଜଣ ସାଂସଦ ପ୍ରାର୍ଥୀ ମହିଳା ହୋଇଥିବାବେଳେ ଆଉ ୮ଜଣ ମହିଳା ବିଧାନସଭା ପାଇଁ ପ୍ରାଥ;ୀ ହୋଇଛନ୍ତି।
ନୂଆ ମୁହଁ
ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଅନେକ ନୂଆ ମୁହଁଙ୍କୁ ସାମିଲ୍ କରାଯାଇଛି। ୯ ଲୋକସଭା ପ୍ରାର୍ଥୀଙ୍କ ଭିତରେ କେବଳ କଳିକେଶ ସିଂହଦେଓଙ୍କ ଉପରେ ଭରସା କରି ପୁଣିଥରେ ପ୍ରାର୍ଥୀ ହେବା ଲାଗି ଟିକେଟ୍ ଦେବାକୁ ସ୍ଥିର କରିଛି। ଠିକ୍ ସେହିଭଳି ଅନ୍ୟ ୮ ଜଣଙ୍କ ଭିତରୁ ଦୁଇଜଣ ରାଜ୍ୟସଭାେ ସାଂସଦ ରହିଛନ୍ତି। ସେମାନେ ହେଲେ ଅଚ୍ୟୁତ ସାମନ୍ତ ଏବଂ ପ୍ରସନ୍ନ ଆଚାର୍ଯ୍ୟ। ଦୁଇଜଣ ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଏବଂ ପୁଷ୍ପେନ୍ଦ୍ର ସୀଂହଦେଓଙ୍କୁ ସଂସଦ ପଠାଇବାକୁ ଚିନ୍ତା କରିଛି ବିଜେଡି।
ଏଥର ତାଲିକା ଉପରେ ନଜର ପକାଇବା:
ବିଜେଡି ପ୍ରାର୍ଥୀ ତାଲିକା | ||
କିଏ | କେଉଁଠୁ | |
ସଂସଦୀୟ ନିର୍ବାଚନ ମଣ୍ଡଳୀ | ||
୨୦ | ବ୍ରହ୍ମପୁର | ଚନ୍ଦ୍ର ଶେଖର ସାହୁ |
୧୨ | ନବରଙ୍ଗପୁର ( ଆଦିବାସୀ) | ରମେଶ ଚନ୍ଦ୍ର ମାଝି |
୨୧ | କୋରାପୁଟ (ଆଦିବାସୀ) | କୌଶଲ୍ୟା ହିକକା |
୧୧ | କଳାହାଣ୍ଡି | ପୁଷ୍ପେନ୍ଦ୍ର ସିଂହଦେଓ |
୧ | ବରଗଡ଼ | ପ୍ରସନ୍ନ ଆଚାର୍ଯ୍ୟ |
୨ | ସୁନ୍ଦରଗଡ଼ | ସୁନୀତା ବିଶ୍ଵାଳ |
୧୦ | ବଲାଙ୍ଗୀର | କଳିକେଶ ସିଂହଦେଓ |
୧୩ | କନ୍ଧମାଳ | ଅଚ୍ୟୁତ ସାମନ୍ତ |
୧୯ | ଆସିକା | ପ୍ରମିଳା ବିଶୋଇ |
ବିଧାନସଭା ନିର୍ବାଚନ ମଣ୍ଡଳୀ | ||
୧୨୭ | ଛତ୍ରପୁର ( ଦଳିତ) | ସୁବାସଚନ୍ଦ୍ର ବେହେରା |
୧୩୨ | ଗୋପାଳପୁର | ପ୍ରଦୀପ କୁମାର ପାଣିଗ୍ରାହୀ |
୧୩୩ | ବ୍ରହ୍ମପୁର | ବିକ୍ରମ କୁମାର ପଣ୍ଡା |
୧୩୪ | ଦିଗ ପହଣ୍ଡି | ସୂର୍ଯ୍ୟନାରାୟଣ ପାତ୍ର |
୧୩୫ | ଚିକିଟି | ଉଷା ଦେବୀ |
୧୩୬ | ମୋହନା | ପୂଣ୍ଣ ବାସୀ ନାୟକ |
୧୩୭ | ପାରଳା ଖେମୁଣ୍ଡି | କଲ୍ୟାଣୀ ଗଜପତି |
୭୩ | ଉମରକୋଟ | ସୁବାସ ଗଣ୍ଡ |
୭୪ | ଝରିଗ୍ରାମ | ଘୋଷଣା ହୋଇନାହିଁ |
୭୫ | ନବରଙ୍ଗପୁର | ସର୍ବେଶ୍ଵର ପ୍ରଧାନୀ |
୭୬ | ଡାବୁଗାଁ | ମନୋହର ରନ୍ଧାରୀ |
୧୪୨ | କୋଟପାଡ଼ ( ଆଦିବାସୀ) | ପଦ୍ମୀନୀ ଦିଆନ |
୧୪୬ | ମାଲକାନଗିରି (ଆଦିବାସୀ) | ଘୋଷଣା ହୋଇନାହିଁ |
୧୪୭ | ଚିତ୍ରକୋଣ୍ଡା ( ଆଦିବାସୀ) | ପୂଣ୍ଣ ଚନ୍ଦ୍ର ବାକା |
୧୪୧ | ଲକ୍ଷ୍ମୀପୁର (ଆଦିବାସୀ) | ପ୍ରଭୁ ଜାନୀ |
୧୪୩ | ଜୟପୁର | ରବିନାରାୟଣ ନନ୍ଦ |
୧୪୪ | କୋରାପୁଟ (ଦଳିତ) | ରଘୁରାମ ପଡାଲ |
୧୪୫ | ପଟ୍ଟାଙ୍ଗୀ (ଆଦିବାସୀ) | ଘୋଷଣା ହୋଇନାହିଁ |
୧୩୮ | ଗୁଣୁପୁର(ଆଦିବାସୀ) | ରଘୁନାଥ ଗମାଙ୍ଗ |
୧୩୯ | ବିସମ କଟକ (ଆଦିବାସୀ) | ଜଗନ୍ନାଥ ସରକା |
୧୪୦ | ରାୟଗଡ଼ା (ଆଦିବାସୀ) | ଲାଲବିହାର ହିମିରିକା |
୭୧ | ନୂଆପଡ଼ା | ରାଜେନ୍ଦ୍ର ଢୋଲକିଆ |
୭୨ | ଖରିଆର | ଲମ୍ବୋଦର ନିଆଲ |
୭୭ | ଲାଞ୍ଜିଗଡ଼ (ଆଦିବାସୀ) | ଘୋଷଣା ହୋଇନାହିଁ |
୭୮ | ଜୁନାଗଡ଼ | ଦିବ୍ୟଶଙ୍କର ମିଶ୍ର |
୮୦ | ଭବାନୀପାଟଣା ( ଦଳିତ) | ଦୁଷ୍ମନ୍ତ ନାୟକ |
୮୧ | ନର୍ଲା | ଭୂପିନ୍ଦର ସିଂହ |
୧୨୮ | ଆସ୍କା | ମଞ୍ଜୁଳା ସ୍ଵାଇଁ |
୧୨୯ | ସୋରଡ଼ା | ପୂଣ୍ଣଚନ୍ଦ୍ର ସ୍ଵାଇଁ |
୧୩୧ | ହିଞ୍ଜିଳି | ନବୀନ ପଟ୍ଟନାୟକ |
୧୨୫ | କବିସୂର୍ଯ୍ୟ ନଗର | ଲତିକା ପ୍ରଧାନ |
୧୨୬ | ଖଲିକୋଟ୍ | କେକେ ସୂର୍ଯ୍ୟମଣି ବହିଦାର |
୧୩୦ | ସାନଖେମୁଣ୍ଡି | ନନ୍ଦିନୀ ଦେବୀ |
୮୨ | ବାଲିଗୁଡ଼ା | ଚକ୍ରଧର କଅଁର |
୮୩ | ଜି ଉଦୟଗିରି | ସାଲୁଗା ପ୍ରଧାନ |
୮୪ | ଫୁଲବାଣୀ | ଘୋଷଣା ହୋଇନାହିଁ |
୮୬ | କଣ୍ଟାମାଳ | ମହୀଧର ରଣା |
୮୫ | ବୌଦ୍ଧ | ପ୍ରଦୀପ ଅମାତ |
୧୨୩ | ଭଞ୍ଜନଗର | ବିକ୍ରମ କେଶରୀ ଆରୁଖ |
୧୨୧ | ଦଶପଲ୍ଲା | ରମେଶ ବେହେରା |
୪ | ଅତାବିରା ( ଦଳିତ) | ସ୍ନେହାଙ୍ଗିନୀ ଛୁରିଆ |
୨ | ବିଜେପୁର | ନବୀନ ପଟ୍ଟନାୟକ |
୭୯ | ଧର୍ମଗଡ଼ | ମହୋଷଧୀ ବାଘ |
୧୨୪ | ପୋଲସରା | ଶ୍ରୀକାନ୍ତ ସାହୁ |
୬୯ | ଟିଟିଲାଗଡ଼ | ଟୁକୁନୀ ସାହୁ |
୬୭ | ପାଟଣାଗଡ଼ | ସରୋଜ ମେହେର |
୬୫ | ସୋନପୁର | ନିରଞ୍ଜନ ପୂଜାରୀ |
୭୦ | କଣ୍ଟାବାଞ୍ଜି | ଅଜୟ ଦାସ |
୬୪ | ବୀରମହାରାଜପୁର (ଦଳିତ) | ପଦ୍ମନାଭ ବେହେରା |
୩ | ବରଗଡ଼ | ଦେବେଶ ଆଚାର୍ଯ୍ୟ |
୫ | ଭଟଲି | ସୁଶାନ୍ତ ସିଂହ |
୧ | ପଦ୍ମପୁର | ବିଜୟରଞ୍ଜନ ସିଂହ ବରିଆ |
୭ | ଝାରସୁଗୁଡ଼ା | ନବ ଦାସ |
୯ | ସୁନ୍ଦରଗଡ଼ ( ଆଦିବାସୀ) | ଯୋଗେଶ ସିଂହ |
୧୩ | ରାଜଗାଙ୍ଗପୁର (ଆଦିବାସୀ) | ମଙ୍ଗଳା କିସାନ |
୮ | ତଳସରା ( ଦଳିତ) | ଷ୍ଟିଫେନ୍ ସୋରେନ୍ |
୧୨ | ରାଉରକେଲା | ସାରଦା ପ୍ରସନ୍ନ ନାୟକ |
୧୧ | ରଘୁନାଥ ପଲ୍ଲୀ( ଦଳିତ) | ସୁବ୍ରତ ତରାଇ |
୧୪ | ବଣାଇ (ଆଦିବାସୀ) | ରଣଜିତ୍ କିସାନ୍ |