ଓଡ଼ିଶାରୁ ୧୮୦ କିଲୋ ଗଞ୍ଜେଇ ନେଇ ସୀମା ପାର: ବଙ୍ଗଳା ପୁଲିସ ଜବତ କଲା, ୭ ଗିରଫ

ବାଲେଶ୍ଵର, (ଦିବ୍ୟଜ୍ୟୋତି ପାତ୍ର): ରାଜ୍ୟ ସୀମା ଡେଇଁ ଚାଲିଛି ଗଞ୍ଜେଇ ଚୋରା ଚାଲାଣ। କିନ୍ତୁ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଉଚ୍ଚ ଟେକ୍ନୋଲୋଜି ସମ୍ପନ୍ନ ଚେକ୍‌ ଗେଟ୍‌ସବୁ ଏ ବାବଦରେ ଅବଗତ ହୋଇପାରୁ ନାହାନ୍ତି। ଗୋଟିଏ ନୁହେଁ କି ଦୁଇଟି ବରଂ ଗୋଟିଏ ଦିନରେ ଏମିତି ତିନୋଟି ମାମଲାକୁ ସାମ୍ନାକୁ ଆଣିଛି ପଶ୍ଚିମବଙ୍ଗ ପୁଲିସ। ବ୍ୟକ୍ତିଗତ ବ୍ୟବହାରରେ ଲାଗୁଥିବା ତିନୋଟି କାରରୁ ପାଖାପାଖି ୧୮୦ କିଲୋ ଗଞ୍ଜେଇ ସେହି ରାଜ୍ୟର ପୁଲିସ ଚେକ୍‌ ଗେଟ୍‌ ନିକଟରୁ ଗିରଫ କରିଥିବା ଜଣାପଡ଼ିଛି।

ପଶ୍ଚିମବଙ୍ଗପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ନିର୍ବାଚନ କମିଶନଙ୍କ ନିର୍ଦେଶାବଳୀକୁ ଆଖିରେ ରଖି ସରକାରଙକ୍ ପକ୍ଷରୁ ରାଜ୍ୟରେ ନାକାବନ୍ଦୀ କରାଯାଇଥିଲା। ଯାହାଫଳରେ ଏସବୁ ସଫଳତା ମିଳିଛି।

ପ୍ରଥମ ଘଟଣାରେ ଓଡ଼ିଶାରୁ ଆସୁଥିବା ଏକ ଗାଡ଼ିରେ ୪୦ କିଲୋ ଗଞ୍ଜେଇକୁ ଜବତ କରାଯାଇଛି। ନାରାୟଣଗଡ଼ ଥାନା ଅନ୍ତର୍ଗତ ରାମପୁର ଟୋଲ୍‌ପ୍ଲାଜାଠାରୁ ଏହି ଗଞ୍ଜେଇ ଥିବା ପ୍ୟାକେଟ୍‌କୁ ଜବତ କରାଯାଇଥିଲା। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।

ଦ୍ଵିତୀୟ ଘଟଣାକ୍ରମରେ କଟକର ଦୁଇଜଣ ଓ ହାୱଡ଼ା ଉଦୟ ନାରାୟଣପୁରର ଜଣଙ୍କୁ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି। ଏକ ଆଇଟେନ୍‌ ଗାଡ଼ିରେ ସେମାନେ ଆସିଥିଲେ। ଆଉ ସେମାନଙ୍କଠାରୁ ୬୦ କିଲୋକ ଗଞ୍ଜେଇ ଜବତ କରାଯାଇଛି ।

ସେହିପରି ଦାନ୍ତୁନ୍‌ ଥାନାର ହାସିମ୍‌ପୁରଠାରେ ପୁଲିସ ଏକ ରିନଲ୍ଟ କ୍ଵିଡ୍‌ ଗାଡ଼ି ଜବତ କରିଛନ୍ତି। ଏଥିରୁ ପାଖାପାଖି ୭୦ରୁ ୮୦ କିଲୋ ଗଞ୍ଇେ ଜବତ କରାଯାଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published.