ଗହିରମଥା ଅଞ୍ଚଳରୁ ୧୭୫ଟି ବିରଳ ସାର୍କ ଉଦ୍ଧାର

ବେଆଇନ ଭାବେ ବିରଳ ସାର୍କ ଚୋରାଚାଲାଣ ହେଉଥିବା ବେଳେ ଧରାପଡିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଗହିରମଥା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର ଏକ ଟ୍ରଲର ଜବତ ହୋଇଛି । ଜବତ ହୋଇଥିବା ଟ୍ରଲରରୁ ୧୭୫ଟି ବିରଳ ସାର୍କ ଜବତ ହୋଇଛି । ବେଆଇନ ସାର୍କ ଚୋରାଚାଲାଣ ଅଭିଯୋଗରେ ୭ଜଣଙ୍କୁ ଗିରଫ କରିଛି ଗହୀରମଥା ବନ ବିଭାଗ । ଗହୀର ମଥାରେ ମାଛ ମାରୁଥିବା ଆନ୍ଧ୍ରର ଏକ ଟ୍ରଲର ଜବତ କରି ବନବିଭାଗକୁ ହସ୍ତାନ୍ତର କରିଛି କୋଷ୍ଟଗାର୍ଡ ।

 ମିଳିଥିବା ସୂଚନା ମୁତାବକ ଏହି ୩ ପ୍ରଜାତିର ସାର୍କ ମାଛକୁ ମାରିବା ଓ ଧରିବାକୁ ଅନ୍ତର୍ଜାତୀୟ ସ୍ତରରେ ନିଷେଧ କରାଯାଇଛି। ଆଇୟୁସିଏନ ଦ୍ୱାରା ଏହି ୩ ପ୍ରଜାତିର ସାର୍କ ମାଛକୁ ରେଡ ଲିଷ୍ଟେଡ କରାଯାଇଛି। ଏହି ବିରଳ ମାଛଗୁଡ଼ିକୁ ଜବତ କରାଯିବା ସହ ଟ୍ରଲରରେ ଥିବା ୭ ଜଣ ଆନ୍ଧ୍ରପ୍ରଦେଶର ମତ୍ସଜୀବୀଙ୍କୁ ଗିରଫ କରାଯାଇଛି। ଆନ୍ଧ୍ରପ୍ରଦେଶର ଏହି ଟ୍ରଲରରୁ ୫୦ଟି ମାଛଧରା ହୁକ, ଭିଏଚଏଫ, ଜିପିଏସ, ଫିସଫାଇଣ୍ଡର ଗୋଟିଏ ଲେଖାଏଁ ଓ ଅନ୍ୟ ସାମୁଦ୍ରକ ମାଛ ୨ କୁଇଣ୍ଟାଲ ଜବତ କରାଯାଇଛି। ଗିରଫ ମତ୍ସ୍ୟଜୀବୀଙ୍କୁ ଗତକାଲି ରାଜନଗର ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଂଜୁର ହେବାରୁ ସେମାଙ୍କୁ ଜେଲ ହାଜତକୁ ପଠାଇ ଦିଅଯାଇଛି।

ଜବତ ମାଛକୁ ପୋଷ୍ଟମର୍ଟମ କରଯାଇ ଗହୀରମଥା ରେଂଜ କାର‌୍ୟ୍ୟାଳୟ ପରିସରରେ ପୋତି ଦିଆଯାଇଛି। ସେକୁନ ୯, ଓ୍ଵାଇଲ୍ଡଲାଇଫ ପ୍ରୋଟେକ୍ସନ ଆକ୍ଟ ୧୯୭୨, ଆମେଣ୍ଡେର ଅପ୍ ଟୁ ୨୦୧୩, ପନିସେବୁଲ ଅଣ୍ଡର ସେକ୍ସନ ୫୧, ଅଫ ଦ ସେଡ ଆକ୍ଟରେ ମାମଲା ରୁଜୁ କରାଯାଇଛି ବୋଲି ଗହୀରମଥା ଏସିଏଫ ଶ୍ରୀରାମପଦ ଅରବିନ୍ଦ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏକ ଗିଲନେଟର ଜବତ କରାଯିବା ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published.